Site icon Odisha.com

ବାଲୁକାକଳା ମାଧ୍ୟମରେ ନୂତନ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଜୁଲାଇ ୨୨(ଓଡ଼ିଶା ଡ଼ଟ୍ କମ୍) ଭାରତର ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଥିବା ବେଳେ ନବନିର୍ବାଚିତ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ।

ଏହି ଅବସରରେ ସୁଦର୍ଶନ ରବିବାର ପୁରୀ ବେଳାଭୂମିରେ ପ୍ରଣବ ଏବଂ ରାଷ୍ଟ୍ରପତିଭବନର ଏକ ପାଞ୍ଚ ଫୁଟ ଉଚ୍ଚତା ବିଶିଷ୍ଟ କଳାକୃତି କରିଛନ୍ତି । ବେଳାଭୂମିରେ ବହୁଲୋକ ଏହି କଳାକୃତିକୁ ଦେଖିବା ସହ ନୂଆ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହି କଳାକୃତି କରିବା ପାଇଁ ତାଙ୍କୁ ଚାରି ଘଣ୍ଟା ସମୟ ଲାଗିଥିବା ବେଳେ ଏଥିରେ ପ୍ରାୟ ତିନି ଟନ୍ ବାଲି ବ୍ୟବହାର କରିଥିବା ସେ କହିଛନ୍ତି ।

ବାଲୁକା କଳା ମାଧ୍ୟମରେ ମୁଁ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛି ବୋଲି ସୁଦର୍ଶନ କହିଛନ୍ତି ।

ପ୍ରଣବ ଆସନ୍ତା ୨୫ ତାରିଖରେ ଦେଶର ୧୩ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version