Site icon Odisha.com

ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ସମ୍ବଲପୁର, ଜୁଲାଇ ୨୪(ଓଡ଼ିଶା ଡ଼ଟ୍ କମ୍) ସମ୍ବଲପୁର ଜିଲ୍ଲା ସ୍ଥିତ ହୀରାକୁଦ ଜଳଭଣ୍ଡାରରୁ ବୁଧବାର ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି ।

ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଜଳଭଣ୍ଡାରରେ ପୂଜାର୍ଚ୍ଚନା କରିବା ପରେ ଏହାର ସାତ ନମ୍ବର ସୁଇସ୍ ଗେଟରୁ ମହାନଦୀକୁ ବନ୍ୟାଜଳ ଛଡ଼ାଯାଇଛି ।

ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୧୪, ୪୭୨ ଘନଫୁଟ୍ ଜଳ ନିଷ୍କାସିତ ହେଉଥିବା ବେଳେ ୧ଲକ୍ଷ ୫୨ ହଜାର ୨୦୫ ଘନଫୁଟ୍ ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି । ବର୍ତମାନ ଜଳଭଣ୍ଡାରର ଜଳସ୍ତର ୬୦୫.୩୫ ଫୁଟ୍ ରହିଛି ।

ବନ୍ୟା ଜଳ ମହାନଦୀରେ ଯାଇ ୨୫ ତାରିଖ ଅପରାହ୍ନରେ ନରାଜ୍ ଓ ୨୬ ସକାଳେ ମହାନଦୀ ମୁହାଣ ପାରାଦୀପରେ ପହଞ୍ଚିବ ବୋଲି କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version