Site icon Odisha.com

ପୋଲାଭରମ ପ୍ରକଳ୍ପ ନେଇ ପୁଣି ପ୍ରଧାନମନ୍ତ୍ରୀଙ୍କୁ ପତ୍ର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୨୪(ଓଡ଼ିଶା ଡ଼ଟ୍ କମ୍) ପୋଲାଭରମ ପ୍ରକଳ୍ପ ନିର୍ମାଣ ପାଇଁ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଟେଣ୍ଡର ଆହ୍ୱାନ ପ୍ରକ୍ରିୟାକୁ ବିରୋଧ କରି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ।

ଏହି ପ୍ରକଳ୍ପ ବିରୋଧରେ ସୁପ୍ରିମକୋର୍ଟରେ ମାମଲା ଚାଲିଥିବାରୁ ଟେଣ୍ଡର ଆହ୍ୱାନ କାମ ବନ୍ଦ ରଖିବା ପାଇଁ ଆନ୍ଧ୍ର ପ୍ରଦେଶକୁ ନିର୍ଦ୍ଦେଶ ଦେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ମାମଲା ଚାଲିଥିବା ବେଳେ ଆନ୍ଧ୍ର ସରକାର ଏହାକୁ ବେଖାତିର କରି ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ୱାନ କରିଛନ୍ତି । ଏହି ପ୍ରକ୍ରିୟା ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପୋଲାଭରମ ପ୍ରକଳ୍ପ ଗୋାବରୀ ଜଳ ବିବାଦ ଟ୍ରିବ୍ୟୁନାଲର ରାୟକୁ ଉଲଂଘନ କରୁଛି ବୋଲି ନବୀନ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଏହି ପ୍ରକଳ୍ପର ପରିବେଶ ମଞ୍ଜୁରୀ ଓ ଆର ଆଣ୍ଡ ଆର ଅନୁମୋଦନ ବାତିଲ କରିବାକୁ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ୨୦୦୭ ଅକ୍ଟୋବର ମାସରେ ଆବେଦନ କରିଛନ୍ତି ।

୨୦୦୯ରେ ପ୍ରକଳ୍ପର ବୈଷୟିକ ଅନୁମୋଦନ ଓ ୨୦୧୦ରେ ଚୁଡାନ୍ତ ଜଙ୍ଗଲ ମଞ୍ଜୁରୀ ବାତିଲ କରିବା ସହ ଏହାକୁ ଜାତୀୟ ପ୍ରକଳ୍ପର ମାନ୍ୟତା ନଦେବାକୁ ସରକାର କୋର୍ଟକୁ ଅନୁରୋଧ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version