Site icon Odisha.com

ଠିକା ନର୍ସଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହାର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୨୫(ଓଡ଼ିଶା ଡ଼ଟ୍ କମ୍) ବିଭିନ୍ନ ଦାବି ନେଇ ଦୀର୍ଘ ଦଶଦିନ ଧରି ଆନ୍ଦୋଳନ ଓ ଅନଶନ ଚଳାଇଥିବା ରାଜ୍ୟର ଠିକା ନର୍ସମାନେ ବୁଧବାର ସେମାନଙ୍କର ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି ।

ରୋଗୀ ମାନଙ୍କ ସ୍ୱାର୍ଥୃଷ୍ଟିରୁ ସେମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିବା ବେଳେ ଆସନ୍ତା ବିଧାନସଭା ଅଧିବେଶନ ପର୍ଯ୍ୟନ୍ତ ସରକାର ଠିକା ନର୍ସ ସଂଘର ଦାବି ପୂରଣ ନକଲେ ପୁଣି ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି ।

ଆନ୍ଦୋଳନ ଯୋଗୁଁ ତିନୋଟି ମେଡ଼ିକାଲ କଲେଜ ଓ ହସ୍ପିଟାଲ ଏବଂ ଅନ୍ୟ କେତେକ ସରକାରୀ ଡାକ୍ତରଖାନାରେ ରୋଗୀସେବା ବ୍ୟାହତ ହୋଇଥିଲେ ମଧ୍ୟ ସରକାର ସେମାନଙ୍କର ଦାବି ପୂରଣ କରିନାହାନ୍ତି ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ସରକାର ନିଜ ଜିଦରେ ଅଟଳ ରହି ଠିକା ନର୍ସଙ୍କ ବିରୁଦ୍ଧରେ ଏସ୍ମା ଲାଗୁ କରିବାକୁ ଧମକ ଦେଇ ଭୟଭୀତ କରାଇଛନ୍ତି । ତେବେ ଆନ୍ଦୋଳନରତ ନର୍ସମାନେ ସରକାରଙ୍କ ଧମକରେ ବିଚଳିତ ନୁହନ୍ତି ବୋଲି ସେମାନେ କହିଛନ୍ତି । ଗତ ୧୫ ତାରିଖରୁ ନର୍ସମାନେ ଆନ୍ଦୋଳନ ଚଳାଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version