Site icon Odisha.com

ନବଗଠିତ ଏନ୍ଏସିରେ ନିର୍ବାଚନ ପାଇଁ ସୁପାରିଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୨୬(ଓଡ଼ିଶା ଡ଼ଟ୍ କମ୍) ନବଗଠିତ ନୂଆପଡ଼ା, ବରଗଡ଼ ଜିଲ୍ଲାର ଅତାବିରା ଏବଂ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବିଜ୍ଞାପିତ ଅଂଚଳ ପରିଷ(ଏନ୍ଏସି)ରେ ଆସନ୍ତା ମାର୍ଚ୍ଚରେ ନିର୍ବାଚନ କରିବାକୁ ସରକାର ରାଜ୍ୟ ନିର୍ବାଚନ କମିଶନଙ୍କୁ ସୁପାରିଶ କରିଛନ୍ତି ।

ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ୩ ମାର୍ଚ୍ଚ ୨୦୧୨ରେ ସରକାର ନୂଆପଡ଼ା, ଅତାବିରା ଏବଂ ଚାନ୍ଦବାଲି ବିଜ୍ଞାପିତ ଅଂଚଳ ପରିଷଦ ଗଠନ ବିଷୟରେ ବିଜ୍ଞପ୍ତି ଜାରି କରିଥିଲେ ।

ଏହି ସମସ୍ତ ପରିଷରେ ସଂପୃକ୍ତ ଅଂଚଳର ଉପଜିଲ୍ଲାପାଳମାନେ ଦାୟିତ୍ୱରେ ରହିଛନ୍ତି । ଓଡ଼ିଶା ପୌରପରିଷଦ ଆଇନ ଅନୁଯାୟୀ ଏହି ନବଗଠିତ ପରିଷଦରେ ୱାର୍ଡ଼ ଗଠନ ଏବଂ ଅନ୍ୟାନ୍ୟ କାର୍ଯ୍ୟ ଜାରି ରହିଛି ।

ବିଜ୍ଞପ୍ତି ଘୋଷଣାର ଏକ ବର୍ଷ ମଧ୍ୟରେ ନିର୍ବାଚନ ହେବାର ବ୍ୟବସ୍ଥା ରହିଛି ତେଣୁ ଆସନ୍ତା ମାର୍ଚ୍ଚରେ ଏହି ଏନ୍ଏସି ଗୁଡ଼ିକରେ ନିର୍ବାଚନ କରିବା ପାଇଁ ସରକାର ପ୍ରସ୍ତାବ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version