Site icon Odisha.com

ବରିଷ୍ଠ ଆଇଏଏସ୍ ଅଫିସରଙ୍କ ବିଭାଗ ଅଦଳବଦଳ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୩୦( ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସରକାର କେତେକ ବରିଷ୍ଠ ଆଇଏଏସ୍ ଅଫିସରଙ୍କ ବିଭାଗରେ ଅଦଳବଦଳ କରିଛନ୍ତି ।

ରବିବାର ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ପଞ୍ଚାୟତିରାଜ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଶକ୍ତି ବିଭାଗ ସହ ସୂଚନା ଓ ଲୋକସଂପର୍କ ବିଭାଗ ଦାୟିତ୍ୱ ଦିଆଯାଇଥିବା ବେଳେ ଖଣି ଓ ଇସ୍ପାତ ବିଭାଗ ସଚିବ ଦେଓରଂଜନ କୁମାର ସିଂଙ୍କୁ ଗ୍ରୀଡକୋ ଓ ଓପିଟିସିଏଲର ସିଏମ୍ଡି ଦାୟିତ୍ୱ ଦିଆଯାଇଛି ।

ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ରାଜେଶ ବର୍ମାଙ୍କୁ ଖଣି ଓ ଇସ୍ପାତ୍ ବିଭାଗକୁ ବଦଳି କରାଯାଇଥିବା ବେଳେ ଉଚ୍ଚ ଶିକ୍ଷା ବିଭାଗର ସଚିବ ଅପରାଜିତା ଷଡଙ୍ଗୀଙ୍କୁ ପଞ୍ଚାୟତିରାଜ ବିଭାଗ ସଚିବ ଏବଂ ଚକବନ୍ଦୀ କମିଶନର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ବାଣିଜ୍ୟ ଓ ପରିବହନ ସଚିବ ଗଗନ ଧଳଙ୍କୁ ଉଚ୍ଚ ଶିକ୍ଷା ସଚିବ ସହ ଭୂ-ସଂସ୍କାର କମିଶନର ଅତିରିକ୍ତ ଦାୟିତ୍ୱ ଦିଆଯାଉଥିବା ବେଳେ ପଞ୍ଚାୟତିରାଜ ବିଭାଗ ସ୍ୱତନ୍ତ୍ର ସଚିବ ଉଷା ପାଢୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ସହ ବୟନ ଶିଳ୍ପ ଓ ହସ୍ତତନ୍ତ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ଶକ୍ତି ସଚିବ ଜି.ମାଥିଭାଥନଙ୍କୁ ବାଣିଜ୍ୟ ଓ ପରିବହନ ତଥା ସଂସଦୀୟ ବ୍ୟାପାର ସଚିବ ଭାବେ ବଦଳି କରାଯାଇଥିବା ବେଳେ ତାଙ୍କୁଓଏସ୍ଆରଟିସିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ଗ୍ରୀଡକୋ ଓ ଓପିଟିସିଏଲ୍ ସିଏମଡି ହେମନ୍ତ ଶର୍ମାଙ୍କୁ ନିଯୁକ୍ତି ମିଶନ ଓ ବୈଷୟିକ ଶିକ୍ଷାର ନିର୍ଦ୍ଦେଶକ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ
ସଚିବ ଆଇ.ଶ୍ରୀନିବାସନଙ୍କୁ କ୍ରୀଡା ଓ ଯୁବ ସେବା ବ୍ୟାପାର ବିଭାଗର ଅତିରିକ୍ତ ଦାୟିତ୍ୱ, ଖଣି ନିଗମର ସିଏମ୍ଡି ଶାସ୍ୱତ ମିଶ୍ରଙ୍କୁ ଓମ୍ଫେଡ
ନିର୍ଦ୍ଦେଶକ ଏବଂ ପଂଚାୟତିରାଜ ବିଭାଗ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଚିତ୍ରା ଅରୁଗମ୍ଙ୍କୁ ତୃପ୍ତି ଓ ଏନ୍ଆରଏଲ୍ଏମ୍ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ସେହିପରି ଶନିବାର ପ୍ରକାଶିତ ଆଇଏଏସ୍ ଓ ବରିଷ୍ଠ ଓଏଏସ୍ ଅଧିକାରୀଙ୍କ ବଦଳି ତାଲିକାରେ କେତେକ ପରିବର୍ତନ କରାଯାଇ ମାଲକାନଗିରି ଜିଲ୍ଲାପାଳ ଭାବେ ବଦଳି ହୋଇଥିବା ବିଷ୍ଣୁ ପ୍ରସାଦ ସାହୁଙ୍କୁ ପୂର୍ବଭଳି ଗୃହବିଭାଗ ଅତିରିକ୍ତ ସଚିବ, ସୋନପୁର ଜିଲ୍ଲାପାଳ ଗଗନବିହାରୀ ସ୍ୱାଇଁଙ୍କୁ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି ।

ହସ୍ତତନ୍ତ ଓ ବୟନ ଶିଳ୍ପ ନିଦେ୍ର୍ଧଶକ ବିକାଶ ମହାପାତ୍ରଙ୍କୁ ଯୋଜନା ଓ ସମନ୍ୱୟ ବିଭାଗର ଅତିରିକ୍ତ ଶାସନ ସଚିବ, ଏମ୍ ମୁଥୁକୁମାରଙ୍କୁ ମାଲକାନଗିରି ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ଜି.ପୁନମ ତାପସ କୁମାରଙ୍କୁ ନୂଆପଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଛିି ।

ଓଡ଼ିଶା ଡ଼ଟ୍ କମ୍

Exit mobile version