Site icon Odisha.com

ରାଜ୍ୟ ହସ୍ତଶିଳ୍ପ ଓ ହସ୍ତତନ୍ତ ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ନିଷ୍ପତି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୩୦(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ଉପକଣ୍ଠସ୍ଥ ଗଣ୍ଡମୁଣ୍ଡା ଠାରେ ରାଜ୍ୟ ହସ୍ତଶିଳ୍ପ ଓ ହସ୍ତତନ୍ତ ସଂଗ୍ରହାଳୟ ପ୍ରତିଷ୍ଠା କରିବାକୁ ସରକାର ନିଷ୍ପତି ଗ୍ରହଣ କରିଛନ୍ତି ।

୧୨.୬୮ ଏକର ଅଞ୍ଚଳରେ ପ୍ରତିଷ୍ଠା ହେବାକୁ ଥିବା ଏହି ସଂଗ୍ରହାଳୟ ପାଇଁ ୧୨ କୋଟି ଟଙ୍କା ବିନିଯୋଗ ହେବ । ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସଂପର୍କରେ ନିଷ୍ପତି ନିଆଯାଇଛି ।

ଏହି ମୁ୍ୟଜିୟମ୍ ରେ ଏକ ହସ୍ତଶିଳ୍ପ ବ୍ଲକ, ହସ୍ତତନ୍ତ ବ୍ଲକ, ବନସାଇ ଗାର୍ଡ଼େନ, ମୁକ୍ତାକାଶ ରଙ୍ଗମଞ୍ଚ, ଭିଲେଜ କମ୍ପ୍ଲେକ୍ସ, ୱାର୍କସପ୍ ବ୍ଲକ, ସୋଭେନିର ସପ୍ ଏବଂ କେଫେଟେରିଆ ରହିବ ।

ଭିଲେଜ କମ୍ପ୍ଲେକ୍ସରେ ରାଜ୍ୟର ଗ୍ରାମ୍ୟ ପରିବେଶକୁ ଜୀବନ୍ତ ରୂପ ଦିଆଯିବ । ମାଟି କାଦୁଅର ଘର, କାଠ କବାଟ ଝରକା ସହିତ ରାସ୍ତା ଗୁଡ଼ିକ ଇଟା ଓ ପଥରରେ ତିଆରି କରାଯିବ ।

ସଂଗ୍ରହାଳୟର ଡ଼ିଜାଇନ୍ ପାଇଁ ମୁମ୍ବାଇର ପ୍ରନ୍ସ ଅଫ୍ ୱେଲ୍ସ ମ୍ୟୁଜିୟମ୍ ନିର୍ଦ୍ଦେଶକ ରାହୁଲ ଜୈନ, ଜାତୀୟ ସଂସ୍କୃତି ପାଣ୍ଠିର ଅଧ୍ୟକ୍ଷା ସୋବିତା ପୁଞ୍ଜା, କେ.କେ.ବାଶ ପ୍ରମୁଖ ବ୍ୟକ୍ତିଙ୍କ ପରାମର୍ଶ ନିଆଯିବ । ଏହାସହ ହସ୍ତନନ୍ତ ଡ଼ିଜାଇନ୍ ସଂଗ୍ରହ ପାଇଁ ରାକେଶ ଠାକୋର, ବିଭୁ ମହାପାତ୍ର, ରାଜେଶ ପ୍ରତାପ ସିଂହ, ରିତା କାପୁରଙ୍କ ଭଳି ଡ଼ିଜାଇନ୍ରଙ୍କ ସହାୟତା ନିଆଯିବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version