Site icon Odisha.com

ରେଲୱେ ପାଚେରୀ ଭାଙ୍ଗି ଛାତ୍ରୀଙ୍କ ମୃତ୍ୟୁ, ଚାରି ଆହତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୩୦(ଓଡ଼ିଶା ଡ଼ଟ୍ କମ୍) ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିକଟରେ ସୋମବାର ରେଲୱେ ପାଚେରୀ ଭାଙ୍ଗି ଜଣେ ଦଶ ବର୍ଷର ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରି ଜଣ ଆହତ ହୋଇଥିବା ପୋଲିସ କହିଛି ।

ସଂପୃକ୍ତ ଛାତ୍ରୀ ଜଣକ ବାପାଙ୍କ ସହ ମୋଟର ସାଇକେଲରେ ସ୍କୁଲକୁ ଯାଉଥିବା ସମୟରେ ପାଚେରୀଟି ଭାଙ୍ଗି ସେମାନଙ୍କ ଉପରେ ପଡ଼ିଯାଇଥିଲା ।

ଘଟଣାସ୍ଥଳରେ ଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ବାପା ଏବଂ ସ୍କୁଲକୁ ଯାଉଥିବା ଅନ୍ୟ ତିନି ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

ଏହି ଘଟଣା ପରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ଯୋଗୁଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version