• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମାମଲା ପରିଚାଳନାରେ ଅବ୍ୟବସ୍ଥା, ସୁପ୍ରିମକୋର୍ଟଙ୍କ ଭର୍ସନା

July 31, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୧(ଓଡ଼ିଶା ଡ଼ଟ୍ କମ୍) ମାମଲା ପରିଚାଳନାରେ ଅବ୍ୟବସ୍ଥା ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିବା ସହ ରାଜ୍ୟ ଆଇନ ସଚିବଙ୍କ ଆନ୍ତରିକତା ପ୍ରତି ସନ୍ଦେହ ପ୍ରକାଶ କରି ଏଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ସେ ଜଣେ ଯୋଗ୍ୟ ବ୍ୟକ୍ତି ନୁହନ୍ତି ବୋଲି କହିଛନ୍ତି ।

ଭବିଷ୍ୟତରେ କୋର୍ଟ ମାମଲା ପରିଚାଳନାରେ ଯେପରି କୌଣସି ଅବ୍ୟବସ୍ଥା ଦେଖାନଯିବ, ସେଥିପ୍ରତି ଆବଶ୍ୟକ ଧ୍ୟାନ ଦେବାକୁ କୋର୍ଟ ରାଜ୍ୟ ଆଇନ ସଚିବଙ୍କୁ କହିଛନ୍ତି ।

ମାମଲା ବାବଦକୁ ବରିଷ୍ଠ ଓକିଲଙ୍କ ଫି’ ଆଇନ ସଚିବଙ୍କ ଦରମାରୁ କାହିଁକି ଦିଆନଯିବ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ମଙ୍ଗଳବାର ମେସ୍କୋ ଷ୍ଟିଲ୍ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ବିଚାରପତି ଟି.ଏସ୍. ଠାକୁର ଓ ବିଚାରପତି ଜ୍ଞାନସୁଧା ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ରାଜ୍ୟ ଆଇନ ସଚିବ ବ୍ୟକ୍ତିଗତ ଭାବେ ହାଜର ହୋଇ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରିଥିଲେ ।

ମାମଲାର ଶୁଣାଣି ଆରମ୍ଭ ହେବା ମାତ୍ରେ ସୁପ୍ରିମକୋର୍ଟର ମାମଲା ଗୁଡ଼ିକରେ କାହିଁକି ରାଜ୍ୟ ସରକାରଙ୍କ ଓକିଲ ଅନୁପସ୍ଥିତ ରହୁଛନ୍ତି ବୋଲି ଅଦାଲତ କ୍ଷୁବ୍ଧ ହେବା ସହ ଏହାର କାରଣ ଜାଣିବାକୁ ଚାହିଁଥିଲେ ।

ସୁପ୍ରିମକୋର୍ଟରେ କିଭଳି ମାମଲା ପରିଚାଳନା କରିବାକୁ ପଡ଼େ ସେନେଇ ରାଜ୍ୟ ଆଇନ ସଚିବ ଅନଭିଜ୍ଞ । ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଏଭଳି ଅବ୍ୟବସ୍ଥା ଜାରି ରହିଥିବା ବେଳେ ତଳକୋର୍ଟର ସ୍ଥିତି ନେଇ କୋର୍ଟ ଆଶଙ୍କା ପ୍ରକାଶ କରିଛନ୍ତି । ଆବଶ୍ୟକ ପଡ଼ିଲେ ଆଇନ ସଚିବଙ୍କୁ ଦାୟିତ୍ୱରୁ ହଟାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି ଖଣ୍ଡପୀଠ ଦର୍ଶାଇଛନ୍ତି ।

ପୂର୍ବରୁ କାର୍ଯ୍ୟରତ ଷ୍ଟାଣ୍ଡିଂ କାଉନ୍ସେଲ୍ ଫାଇଲ୍ ଫେରାଇ ନଥିବାରୁ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଛି ବୋଲି ରାଜ୍ୟ ଆଇନ ସଚିବଙ୍କ ପକ୍ଷରୁ ବରିଷ୍ଠ ଓକିଲ ପି.ପି. ରାଓ ପକ୍ଷ ରଖିଥିବା ବେଳେ ରାଜ୍ୟ ସରକାରଙ୍କ ଓକିଲ ସିଧାସଳଖ ପୂର୍ବତନ ଷ୍ଟାଣ୍ଡିଂ କାଉନ୍ସେଲ୍ଙ୍କ ଠାରୁ ଫାଇଲ୍ ସଂଗ୍ରହ କରିପାରିଥାନ୍ତେ ବୋଲି ଖଣ୍ଡପୀଠ କହିଥିଲେ ।

ଏଭଳି ବ୍ୟବସ୍ଥା ଜାରି ରହିଲେ ମାମଲାର ପରବର୍ତୀ ଓକିଲ ନିଯୁକ୍ତିରେଦୁଇବର୍ଷ ପର୍ଯ୍ୟନ୍ତ ସମୟ ଲାଗିପାରେ, ତେଣୁ ଅଦାଲତର ସମୟ ନଷ୍ଟନକରି କିପରି ମାମଲାର ଶୁଣାଣି ଠିକ୍ ସମୟରେ ହୋଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ ଆଇନ ସଚିବଙ୍କୁ କୋର୍ଟ ତାଗିଦ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ରାଜ୍ୟ ସରକାର, ସୁପ୍ରିମକୋର୍ଟ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version