Site icon Odisha.com

ବିଜେପି ବିଧାୟକ ଭୀମସେନଙ୍କ ସଭ୍ୟପଦ କାଏମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୧(ଓଡ଼ିଶା ଡ଼ଟ୍ କମ୍) ବିଧାୟକ ପଦ ରଦ୍ଧ ମାମଲାରେ ବିଜେପି ବିଧାୟକ ଭୀମସେନ ଚୌଧୁରୀଙ୍କ ସଭ୍ୟପଦକୁ ବୁଧବାର ବାଚସ୍ପତି ପ୍ରଦୀପ ଅମାତ କାଏମ ରଖିଛନ୍ତି ।

ତେବେ ଏହି ସଭ୍ୟପଦ ରଦ୍ଧ ପାଇଁ ଦାବି କରିଥିବା ବିଜେପି ବିଧାୟକ କରେନ୍ଦ୍ର ମାଝିଙ୍କ ଆବେଦନ ଖାରଜ ହୋଇଯାଇଛି । ରାୟ ବିରୁଦ୍ଧରେ ସେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେବେ ବୋଲି କରେନ୍ଦ୍ର କହିଛନ୍ତି ।

୨୦୧୦ ରାଜ୍ୟସଭା ନିର୍ବାଚନରେ ଭୀମସେନ ଦଳୀୟ ହୁଇପ ଅମାନ୍ୟ କରି ଭୋଟ ଦାନରୁ ବିରତ ରହିଥିଲେ ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏ ସଂପର୍କରେ ବିଜେପି ବିଧାୟକ କରେନ୍ଦ୍ର ମାଝି ବାଚସ୍ପତିଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହିତ ତାଙ୍କ ସଭ୍ୟପଦ ରଦ୍ଧ କରିବାକୁ ଦାବି କରିଥିଲେ ।

ତେବେ ବାଚସ୍ପତି ଏହି ଆବେଦନର ବିଚାର କରି ଭୀମସେନଙ୍କ ସଭ୍ୟପଦ କାଏମ ରଖିବା ସହିତ ବିଜେପିର ଆବେଦନକୁ ଖାରଜ କରି ଦେଇଥିଲେ । ବିଜେପି ପକ୍ଷରୁ ବାଚସ୍ପତିଙ୍କ ନିଷ୍ପତି ବିରୁଦ୍ଧରେ ଓଡ଼ିଶା ହାଇକୋର୍ଟରେ ଆବେନ କରାଯାଇଥିଲା ।

ହାଇକୋର୍ଟ ବାଚସ୍ପତିଙ୍କ ନିଷ୍ପତିକୁ ଖାରଜ କରି ଏ ସଂପର୍କରେ ପୁନଃ ଶୁଣାଣୀ କରିବାକୁ କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version