Site icon Odisha.com

ଭିନ୍ନକ୍ଷମଙ୍କ ପାଇଁ ତିନି ପ୍ରତିଶତ ସଂରକ୍ଷଣ ନିଷ୍ପତି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ଭିନ୍ନକ୍ଷମଙ୍କ ପାଇଁ ଚୁକ୍ତିଭିତ୍ତିକ ନିଯୁକ୍ତି ଏବଂ ଆଉଟ୍ ସୋର୍ସିଂରେ ତିନି ପ୍ରତିଶତ ସଂରକ୍ଷଣ ନିମନ୍ତେ ସରକାର ନିଷ୍ପତି ନେଇଛନ୍ତି ।

ଏ ସଂପର୍କରେ ବୁଧବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମହାତ୍ମା ଗାନ୍ଧୀ ନରେଗାରେ ମଧ୍ୟ ଭିନ୍ନକ୍ଷମଙ୍କ ପାଇଁ ନିଯୁକ୍ତି ସୁଯୋଗ ଚିହ୍ନଟ କରାଯାଇଛି ।

ସେମାନଙ୍କ ନିମନ୍ତେ ଏହି ଯୋଜନାରେ ଅଧିକ ନିଯୁକ୍ତି ସୃଷ୍ଟି ପାଇଁ ମୁଖମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଭିନ୍ନକ୍ଷମଙ୍କ ଖାଦ୍ୟ ନିରାପତ୍ତା ପାଇଁ ୭୫ ପ୍ରତିଶତରୁ ଅଧିକ ଅକ୍ଷମ ବ୍ୟକ୍ତିଙ୍କୁ ଦୁଇ ଟଙ୍କାରେ ମାସିକ ୧୦ କିଗ୍ରା ଚାଉଳ ଯୋଗାଇ ଦିଆଯାଉଛି । ଏହି ଯୋଜନାରେ ୭୦ ହଜାର ହିତାଧିକାରୀ ଉପକୃତ ହେଉଛନ୍ତି ।

ଭିନ୍ନକ୍ଷମଙ୍କ ବିଭିନ୍ନ ଆପତି ଅଭିଯୋଗର ଶୁଣାଣି ପାଇଁ ଜିଲ୍ଲାପାଳ ମାନଙ୍କୁ ଡ଼େପୁଟି କମିଶନର ଫର୍ ଡ଼ିଜାବିଲିଟି ଭାବରେ ଘୋଷଣା କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version