Site icon Odisha.com

ଜଳସେଚନ ସୁବିଧା ପାଇଁ ତିନି ବର୍ଷରେ ଏକଲକ୍ଷ ନଳକୂପ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୩(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ତିନିବର୍ଷରେ ରାଜ୍ୟରେ ଏକଲକ୍ଷ ନଳକୂପ ଜରିଆରେ ଜଳସେଚନ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିଛନ୍ତି ।

ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହାଦ୍ୱାରା ଖରିଫ୍ ଋତୁରେ ୧୦ ଲକ୍ଷ ହେକ୍ଟର ଏବଂ ରବି ଋତୁରେଦୁଇଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିପାରିବ ।

ବର୍ତମାନ ସୁଦ୍ଧା ରାଜ୍ୟରେ ୧୩,୦୦୦ ନଳକୂପ ଚାଷ ଜମିରେ ଖୋଳାଯାଇଛି । ଏହାମଧ୍ୟରୁ ୨୫୧୪ରେ ବିଦ୍ୟୁତ୍ ସଂଯୋଗ
କରାଯାଇଥିବା ବେଳେ ଆଗାମୀ ଏକମାସ ମଧ୍ୟରେ ଆଉ ୫,୦୦୦ ପ୍ରକଳ୍ପରେ ବିଦ୍ୟୁତ୍ ସଂଯୋଗ କରାଯାଇ ରବିଚାଷ ପାଇଁ ପାଣି ଯୋଗାଇ ଦିଆଯାଇ ପାରିବ ବୋଲି ବୈଠକରେ କୁହାଯାଇଛି ।

ଏହି ଜଳସେଚନ ବ୍ୟବସ୍ଥା ଦ୍ୱାରାଚାଷୀମାନେ ବର୍ଷକୁ ତିନୋଟି ଫସଲ ଅମଳ କରିପାରିବେ ଏବଂ ବର୍ଷସାରା ପାଣି ପାଇପାରିବେ । ସୂଚନାଯୋଗ୍ୟ ଯେ ଗୋଟିଏ ନଳକୂପରୁ ହାରାହାରି ୧୦ ହେକ୍ଟରରୁ ଅଧିକ ଜମିକୁ ପାଣି ଯୋଗାଇ ଦିଆଯାଇପାରୁଛି । ଏତ୍ବ୍ୟତୀତ ରାଜ୍ୟର ବିଭିନ୍ନ ନଦୀରେ ବର୍ତମାନ ସୁଦ୍ଧା ଦୁଇ ହଜାର ଚେକ୍ ଡ୍ୟାମ୍ ନିର୍ମାଣ କରାଯାଇଛି ବୋଲି ବୈଠକରୁ ଜଣାପଡ଼ିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version