Site icon Odisha.com

କିଟ୍ ଓ କିସ୍ ସଂପାଦକ ପଦରୁ ଅଚ୍ୟୁତ ସାମନ୍ତଙ୍କ ଅବ୍ୟାହତି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୪(ଓଡ଼ିଶା ଡ଼ଟ୍ କମ୍) କିଟ୍ ଓ କିସ୍ ଅନୁଷ୍ଠାନର ସଂପାଦକ ପଦରୁ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅବ୍ୟାହତି ନେଇଥିବା ସଂପୃକ୍ତ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

ସେ ଏହି ଅନୁଷ୍ଠାନ ଦ୍ଵୟର ବିକାଶ ପାଇଁ ଉପଦେଷ୍ଟା ଭାବେ କାର୍ଯ୍ୟ କରିବେ । ସଂପାଦକ ପଦରୁ ଅବ୍ୟାହତି ନେବାକୁ ସେ ଗତ ଜାନୁୟାରୀ ୨୦୧୧ରୁ ଇଚ୍ଛା ପ୍ରକାଶ କରିଥିଲେ କିନ୍ତୁ ୯୯ତମ ବିଜ୍ଞାନ କଂଗ୍ରେସ ପର୍ଯ୍ୟନ୍ତ ରହିବାକୁ କିଟ୍ ଓ କିସ୍ ପକ୍ଷରୁ ତାଙ୍କୁ ଅନୁରୋଧ କରାଯାଇଥିଲା ।

ତେବେ ବିଜ୍ଞାନ କଂଗ୍ରେସ ଶେଷ ହେବା ପରେ ଗତ ମାର୍ଚ୍ଚ ମାସରେ ସେ ତାଙ୍କ ପରୁ ଇସ୍ତଫା ଦେଇଥିଲେ । ଉକ୍ତଦୁଇଟି ସଂସ୍ଥା ପ୍ରତିଷ୍ଠା ହେବାଦିନ ଠାରୁ ସାମନ୍ତ ଗତ ୨୦ ବର୍ଷଧରି ସଂପାଦକ ଭାବେ କାର୍ଯ୍ୟ କରୁଥିଲେ । ଅନ୍ୟ ଲୋକଙ୍କୁ ଏହି ପଦ ନିମନ୍ତେ ସୁଯୋଗ ଦେବାକୁ ଇସ୍ତଫା ଦେଇଥିବା ସେ କହିଛନ୍ତି ।

ଏହି ସଂସ୍ଥା ଦ୍ଵୟ ତାଙ୍କ ପାଇଁ ରକ୍ତ ଏବଂ ଅମ୍ଳଜାନ ହୋଇଥିବାରୁ ଏହାର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ସାମନ୍ତ କହିଛନ୍ତି । ବିଭିନ୍ନ ରାଜ୍ୟର ଅନୁରୋଧ କ୍ରମେ ସେ ଜାତୀୟ ସ୍ତରରେ ସାମାଜିକ କାର୍ଯ୍ୟ କରିବେ ।

ଏହି ସଂସ୍ଥାରୁ ପାସ୍ କରିଥିବା ଏବଂ ପଢୁଥିବା ଦଶ ଜଣ ଛାତ୍ରଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଥିବା ବେଳେ ସାସ୍ୱତୀ ବଳ ସଭାପତି ଭାବେ ଦାୟିତ୍ୱ ତୁଳାଇବେ ଓ ରବିନ୍ଦ୍ରନାଥ ଦାଶ ସଂପାଦକ ଭାବେ ନିଯୁକ୍ତ ହୋଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version