Site icon Odisha.com

ଠିକାନର୍ସଙ୍କୁ ପୋଷାକ, ଷ୍ଟାଫନର୍ସଙ୍କ ପୋଷାକ ଭତ୍ତା ବୃଦ୍ଧି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୪(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ବିଭିନ୍ନ ସରକାରୀ ଡ଼ାକ୍ତରଖାନା ଓ ମେଡିକାଲ କଲେଜ ମାନଙ୍କରେ କାର୍ଯ୍ୟରତ ଠିକା ନର୍ସ ମାନଙ୍କୁ ଏଣିକି ପୋଷାକ ଭତ୍ତା ପ୍ରଦାନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିବା ବେଳେ ଷ୍ଟାଫ୍ନର୍ସ, ନର୍ସିଂସିଷ୍ଟର, ମାଟ୍ରନ୍ ଓ ସହକାରୀ ମାଟ୍ରନ୍ଙ୍କ ପୋଷାକ ଭତ୍ତାକୁ ତିନି ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ଠିକା ନର୍ସ ମାନଙ୍କୁ ବର୍ଷକୁ ପୋଷାକ ବାବଦରେ ତିନି ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।

ଅର୍ଥମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଶନିବାର ଠିକା ନର୍ସଙ୍କୁ ପୋଷାକ ଭତ୍ତା ପ୍ରଦାନ କରିବା ତଥା ଷ୍ଟାଫ୍ନର୍ସ, ନର୍ସିଂସିଷ୍ଟର, ମାଟ୍ରନ୍ ଓ ସହକାରୀ ମାଟ୍ରନ୍ଙ୍କ ପୋଷାକ ଭତ୍ତା ବୃଦ୍ଧିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ବର୍ତମାନ ପ୍ରଦାନ କରାଯାଉଥିବା ପୋଷାକ ଭତ୍ତା ପ୍ରାୟତଃ ଦୁଇଗୁଣ ବୃଦ୍ଧି ହୋଇଛି । ଅର୍ଥମନ୍ତ୍ରୀଙ୍କ ଏହି ନିର୍ଦ୍ଧେଶନାମା ଅନୁସାରେ ବର୍ଦ୍ଧିତ ପୋଷାକ ଭତ୍ତା ଚଳିତ ମାସରୁ ଲାଗୁ ହୋଇଛି ।

ଚଳିତ ମାସ ୧ ତାରିଖରୁ ନିର୍ଦ୍ଧେଶନାମା କାର୍ଯ୍ୟକାରୀ କରିବାକୁ ନିଷ୍ପତି ନିଆଯାଇଥିବା ବେଳେ ଠିକାନର୍ସମାନେ ଚଳିତ ମାସରୁ ପୋଷାକ ଭତ୍ତା ପାଇବେ । ଏହାଦ୍ୱାରା୧୬୦୦ରୁ ଅଧିକ ଠିକାନର୍ସ ଉପକୃତ ହେବା ସହ ଷ୍ଟାଫ୍ନର୍ସ, ନର୍ସିଂସିଷ୍ଟର, ମାଟ୍ରନ ଏବଂ ସହକାରୀ ମାଟ୍ରନ୍ଙ୍କ ସମେତ ୨୫୦୦ରୁ ଅଧିକ କର୍ମଚାରୀ ଉପକୃତ ହୋଇପାରିବେ ।

ପୂର୍ବରୁ ଠିକା ବା ଚୁକ୍ତି ଭିତ୍ତିକ ନର୍ସମାନେ ଆଦୌ ପୋଷାକ ଭତ୍ତା ପାଉନଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version