Site icon Odisha.com

ବନ୍ୟା: ଦୁଇ ହଜାର ଲୋକ ନିରାପଦ ସ୍ଥାନକୁ ସ୍ଥାନାନ୍ତର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୫(ଓଡ଼ିଶା ଡ଼ଟ୍ କମ୍) ଗତ ତିନିଦିନ ଧରି ଲାଗି ରହିଥିବା ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାର ହାତୀ ନଦୀରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେବାରୁ ପ୍ରାୟ ଦୁଇ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ଜଣେ ଅଧିକାରୀ ରବିବାର କହିଛନ୍ତି ।

ସଂପୃକ୍ତ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିବା ସେ କହିଛନ୍ତି । ଜୁନାଗଡ଼ ନିକଟରେ ଏହି ନଦୀରେ ବିପଦ ସଂକେତର ଦୁଇ ଫୁଟ୍ ଉପରେ ଜଳ ପ୍ରବାହିତ ହେଉଛି ।

ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ଗତ ତିନିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ପ୍ରମୁଖ ନଦୀ ଗୁଡ଼ିକର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି । ରବିବାର ହୀରାକୁରୁ ୩୦୪୬୪୨ କ୍ୟୁସେକ୍, ବାଲିମେଳାରୁ ୫୭.୨୫, ଉପରକୋଲାବରୁ ୧୯.୦, ଇନ୍ଦ୍ରାବତୀରୁ ୬.୫୩ କ୍ୟୁସେକ୍ ବନ୍ୟା ଜଳ ନିଷ୍କାସନ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version