Site icon Odisha.com

ଭୁବନେଶ୍ୱର ଓ ପୁରୀ ସିଟି ବସ୍ ଭଡ଼ା ବୃଦ୍ଧି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୬(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ଓ ପୁରୀ ସହରରେ ଜବାହରଲାଲ ନେହେରୁ ଅର୍ବାନ ରୁରାଲ ମିଶନ କାର୍ଯ୍ୟକ୍ରମରେ ଚଳାଚଳ କରୁଥିବା ସିଟି ବସ୍ ଭଡାକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି ।

ଏହା ସର୍ବନିମ୍ନ ଏକ ଟଙ୍କାରୁ ଚାରି ଟଙ୍କାକୁ ବୃଦ୍ଧି କରାଯାଇଛି । ପ୍ରଥମ ୩ କିମି ଯାଏଁ ୪ ଟଙ୍କାରୁ ୫ ଟଙ୍କା, ୩ରୁ ୬ କିମି ପର୍ଯ୍ୟନ୍ତ ୬ ରୁ ୭ ଟଙ୍କାକୁ, ୬ରୁ ୯ କିମି ମଧ୍ୟରେ ୭ରୁ ୮ ଟଙ୍କା, ୯ରୁ ୧୨ କିମି ୮ରୁ ୯ ଟଙ୍କା, ୧୨ରୁ ୧୫ କିମି ୧୦ରୁ ୧୨ ଟଙ୍କାକୁ, ୧୫ରୁ ୧୮ କିମି ୧୩ରୁ ୧୫ ଟଙ୍କା, ୧୮ରୁ ୨୧ କିମି ୧୬ରୁ ୧୮ ଟଙ୍କା, ୨୧ରୁ ୨୪ କିମି ୨୧ରୁ ୨୪ ଟଙ୍କା, ୨୪ରୁ ୨୭ କିମି ୨୭ ଟଙ୍କାରୁ ୩୧ ଟଙ୍କା, ୨୭ରୁ ୩୦ କିମି ୨୯ରୁ ୩୩ ଟଙ୍କାକୁ ଏବଂ ୩୦ କିମିରୁ ଊର୍ଦ୍ଧ୍ଵ ରାସ୍ତାର ଭଡା ୩୨ ଟଙ୍କାରୁ ୩୫ ଟଙ୍କାକୁ ବୃଦ୍ଧି କରାଯାଇଛି ।

ନୂତନ ଭଡା ଆଜିଠାରୁ କାର୍ଯକାରୀ ହେବ ବୋଲି ସୋମବାର ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version