Site icon Odisha.com

ଏମ୍ସ ଭୁବନେଶ୍ୱର ଶାଖାରେ ନାମଲେଖା ପ୍ରକ୍ରିୟା ଆରମ୍ଭ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୬(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ଉପକଣ୍ଠସ୍ଥ ସିଜୁଆ ଠାରେ ନିର୍ମାଣାଧୀନ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ)ରେ ଛାତ୍ରଛାତ୍ରୀଙ୍କ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି ।

ଆସନ୍ତା ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଏଠାରେ ଡାକ୍ତରୀ ପାଠ୍ୟ କ୍ରମ ଆରମ୍ଭ ହେଉଛି । ଏନେଇ ବର୍ତ୍ତମାନ ଛାତ୍ରଛାତ୍ରୀମାନଙ୍କ ନାମଲେଖା ଆରମ୍ଭ ହୋଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଦାମୋଦର ରାଉତ ସୋମବାର ଏକ ସମୀକ୍ଷା ବୈଠକରେ କହିଛନ୍ତି ।

ଚଳିତ ବର୍ଷ ୫୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବେ । ଆଜି ସୁଦ୍ଧା ୮ ଜଣ ଛାତ୍ରଛାତ୍ରୀ ନାମ ଲେଖାଇ ସାରିଛନ୍ତି । ଏହି ପ୍ରତିଷ୍ଠାନ ପାଇଁ ପୂର୍ବରୁ ନିର୍ଦ୍ଦେଶକ ନିଯୁକ୍ତି ପାଇ କାର୍ଯ୍ୟରେ ଯୋଗଦେଇ ସାରିଛନ୍ତି । ବର୍ତମାନ ୨୪ ଜଣ ଫାକଲ୍ଟିଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୭ ଜଣ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ଅନ୍ୟମାନେ ଖୁବ୍ଶୀଘ୍ର ଯୋଗ ଦେବେ ବୋଲି ସେ କହିଛନ୍ତି ।

କର୍ମଚାରୀ ମାନଙ୍କ ବାସଗୃହ ଏବଂ ଛାତ୍ରଛାତ୍ରୀ ମାନଙ୍କ ପାଇଁ ହଷ୍ଟେଲ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରି ନଥିବାରୁ କେନ୍ଦ୍ରସରକାରଙ୍କ ଅନୁରୋଧକ୍ରମେ ରାଜ୍ୟସରକାର ଏମାନଙ୍କ ପାଇଁ ବାସଗୃହ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲର ବ୍ୟବସ୍ଥା କରାଇଛନ୍ତି ।

ସ୍ୱାସ୍ଥ୍ୟ ବିଭାଗ ଏକ ସମସ୍ୟାବହୁଳ ବିଭାଗ । ଜନସାଧାରଣଙ୍କ ସିଧାସଳଖ ଭାବେ ଏହି ବିଭାଗ ସଂଯୁକ୍ତ । ଏଣୁ ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ସଚେତନ ରହି ବିଭାଗରେ ସମସ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବା ଆବଶ୍ୟକ । ଅଯଥାରେ ବିଳମ୍ବ କରାଯିବା ଆଦୌ ଉଚିତ ନୁହେଁ । ତେଣୁ ପ୍ରତ୍ୟେକ କର୍ମଚାରୀ ପରସ୍ପର ବୁଝାମଣା ଏବଂ ନିଜନିଜର ।ଦାୟୀତ୍ୱକୁ ତୁଲାଇ ବିଭାଗର କ୍ଷତା ବୃଦ୍ଧି କରିବା ଉଚିତ ହେବ ବୋଲି ସେ ପରାମର୍ଶ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version