ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ସମ୍ବଲପୁର, ଅଗଷ୍ଟ ୮(ଓଡ଼ିଶା ଡ଼ଟ୍ କମ୍) ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ଯୋଗୁଁ ଜଳ ନିଷ୍କାସନ ପାଇଁ ଖୋଲାଯାଇଥିବା ୧୯ଟି ଗେଟ୍ ମଧ୍ୟରୁ ଉପରମୁଣ୍ଡରେ ବର୍ଷା କମିଯାଇଥିବାରୁ ବୁଧବାର ଛଅଟି ଗେଟ୍ ବନ୍ଦ କରିିଆଯାଇଛି ।
ବର୍ତମାନ ୧୩ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିବା ବେଳେ ସଂଧ୍ୟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୨.୮୯ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୨ ଲକ୍ଷ ୧୭ ହଜାର ୬୨୯ କୁ୍ୟସେକ୍ ଜଳ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୩୯ ହଜାର ୭୨୬ କୁ୍ୟସେକ୍ ଜଳ ନିଷ୍କାସିତ ହେଉଛି ।
ସେହିପରି ଖଇରମାଳରେ ପ୍ରତି ସେକେଣ୍ଡରେ ୪ ଲକ୍ଷ ୨୪ ହଜାର ଘନଫୁଟ, ବରମୂଳରେ ୪ଲକ୍ଷ ୭୬ ହଜାର ଘନଫୁଟ ଏବଂ ମୁଣ୍ଡୁଳିରେ ୬ ଲକ୍ଷ ୨୦ ହଜାର ୧୭୦ ଘନଫୁଟ ଜଳ ପ୍ରବାହିତ ହେଉଛି ।
ଓଡ଼ିଶା ଡ଼ଟ୍ କମ୍