Site icon Odisha.com

ଭବାନୀପାଟଣା-ରାୟଗଡ଼ା-ଭୁବନେଶ୍ୱର ଲିଙ୍କ ଏକ୍ସପ୍ରେସ ଚଳାଚଳ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭବାନୀପାଟନା, ଅଗଷ୍ଟ ୧୧(ଓଡ଼ିଶା ଡ଼ଟ୍ କମ୍) ଦୀର୍ଘ ବର୍ଷର ପ୍ରଚେଷ୍ଟା ପରେ ଭବାନୀପାଟଣା-ରାୟଗଡ଼ା-ଭୁବନେଶ୍ୱର ଲିଙ୍କ ଏକ୍ସପ୍ରେସ ଶନିବାର ଚଳାଚଳ ଆରମ୍ଭ ହୋଇଛି ।

ଫଳରେ ଲୋକଙ୍କ ବହୁଦିନର ସ୍ୱପ୍ନ ପୂରଣ ହୋଇଛି । କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ତଥା ସାଂସଦ ଭକ୍ତଚରଣ ଦାସ ନବ ନିର୍ମିତ ଭବାନୀପାଟଣା ରେଳ ଷ୍ଟେସନକୁ ଉ୍ଘାଟନ କରିବା ସହ ଲିଙ୍କ ଏକ୍ସପ୍ରେସ୍କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର ଏବଂ ରାୟପୁରକୁ ୨ଟି ଟ୍ରେନ ଯାତାୟତ କରିବ ।

ଦୀର୍ଘଦିନର ଆଶା ପୂରଣ ପାଇଁ ସାଂସଦ କଳାହାଣ୍ଡି ବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ନର୍ଲାଠାରେ ରେଳଡବା କାରଖାନା ପାଇଁ ଜମି ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଥିଲେ । ଖୁବ ଶୀଘ୍ର ଜୁନାଗଡ ପର୍ଯ୍ୟନ୍ତ ନୂତନ ରେଳପଥ ସଂପ୍ରସାରଣ ସହ ଏହି ରେଳପଥ ପାଇଁ ୨୦୦ କୋଟି ଟଙ୍କାର ବଜେଟ ହୋଇଥିବାରୁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି ।

୧୯୯୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପି.ଭି ନରସିଂହ ରାଓ, ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଏବଂ ତତ୍କାଳୀନ କଳାହାଣ୍ଡି ସାଂସଦ ସୁବାଶ ଚନ୍ଦ୍ର ନାୟକ ଲାଞ୍ଜିଗଡ ରୋଡ-ଜୁନାଗଡ ନୂତନ ରେଳପଥ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version