Site icon Odisha.com

ମଧ୍ୟାାହ୍ନ ଭୋଜନ ଅଣ୍ଡା ଖାଇ ୮ ଛାତ୍ରଛାତ୍ରୀ ଅସୁସ୍ଥ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରଣପୁର, ଅଗଷ୍ଟ ୧୧(ଓଡ଼ିଶା ଡ଼ଟ୍ କମ୍) ନୟାଗଡ଼ ଜିଳ୍ଲା ରଣପୁର ଅଂଚଳରେ ଶନିବାର ଏକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଖାଇ ୮ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି ।

ବଳଭଡ୍ରପୁର ପଂଚାୟତର କଣ୍ଡରାସିଙ୍ଗ-ଦେଉଳି ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପ୍ରତିିଦିନ ଭଳି ଆଜି ମଧ୍ୟାହ୍ନ ଭୋଜନରେ ଅଣ୍ଡାଝୋଳ ଦିଆଯାଇଥିଲା । ଅଣ୍ଡା ତରକାରୀ ଖାଇବାର ଅଳ୍ପ ସମୟ ଭିତରେ ଛାତ୍ରଛାତ୍ରୀମାନେ ପେଟରେ ଯନ୍ତ୍ରଣା ଅନୁଭବ କରିବା ସହ ବାନ୍ତି କରିଥିଲେ ।

ପରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଅସୁସ୍ଥ ପିଲାମାନଙ୍କୁ ରଣପୁର ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ଅସୁସ୍ଥ ପିଲାମାନଙ୍କ ମଧ୍ୟରୁ ସମସ୍ତେ ଷଷ୍ଠଶ୍ରେଣୀ ଛାତ୍ରଛାତ୍ରୀ । ତେବେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା କୁହାଯାଇଛି ।

ଅସୁସ୍ଥ ଛାତ୍ରଛାତ୍ରୀମାନେ ହେଲେ ରାଜ କୁମାର ପ୍ରଧାନ, ମନୋଜ ବେହେରା, ବିକାଶ ପରିଡ଼ା, ସୂର୍ଯ୍ୟକାନ୍ତ ସାହୁ, ପ୍ରଭାତ ପ୍ରଧାନ, ଆକାଶ ପ୍ରଧାନ, ଗିରିଜା ନନ୍ଦିନୀ ମହାପାତ୍ର ଓ ଜ୍ୟୋତ୍ସାରାଣୀ ମାର୍ଥା ।

ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ସଠିକ୍ ତାରଖ ହେଉନଥିବାରୁ ଏଭଳି ହେଉଛି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version