Site icon Odisha.com

ସ୍ୱାସ୍ଥ୍ୟସେବା: ମାନବସମ୍ବଳ ସଂପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୧୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା କ୍ଷେତ୍ରରେ ଭିତ୍ତିଭୂମି ସମେତ ମାନବସମ୍ବଳ ବିଷୟରେ ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ଚଳିତ ମାସ ଶେଷ ସୁଦ୍ଧା ପ୍ରଦାନ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମାନଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ମୁଖ୍ୟ ଚିକିତ୍ସାଧିକାରୀମାନେ ସେମାନଙ୍କ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର , ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସ୍ୱାସ୍ଥ୍ୟ ଉପକେନ୍ଦ୍ର ପର୍ଯ୍ୟନ୍ତ ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନ ସଂପର୍କରେ ଜଣାଇବାକୁ ବିଭାଗୀୟ ମନ୍ତ୍ରୀ ଦାମୋଦର ରାଉତ ନିର୍ଦ୍ଦେଶ ଦେଇଛନ୍ତି ।

କେଉଁ କେଉଁ ସ୍ଥାନରେ ଭିତ୍ତିଭୂମିର ଆବଶ୍ୟକ ରହିଛି, ନୂଆ ଘର କିମ୍ବା ମରାମତି, ଡାକ୍ତର, ନର୍ସ ବର୍ତମାନ କେଉଁଠି କେତେ ଅଛନ୍ତି , ଯନ୍ତ୍ରପାତି କଣ କଣ ଅଛି , ତାହା କାର୍ଯ୍ୟ କରୁଛି କି ନାହିଁ ଏବଂ ଯନ୍ତ୍ରପାତି ଆବଶ୍ୟକ ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version