Site icon Odisha.com

ଗ୍ରାମବାସୀଙ୍କ ଆକ୍ରମଣ ପରେ ନିଖୋଜ ଏଏସ୍ଆଇଙ୍କ ମୃତଦେହ ଉଦ୍ଧାର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା, ଅଗଷ୍ଟ ୧୨(ଓଡ଼ିଶା ଡ଼ଟ୍ କମ୍) ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଦୁଡ଼ୁକାବାହାଲ ଗ୍ରାମକୁ ଜଣେ ୱାରେଣ୍ଟିକୁ ଧରିବାକୁ ଯାଇଥିବା ବେଳେ ଗ୍ରାମବାସୀଙ୍କ ଆକ୍ରମଣ ପରେ ନିଖୋଜ ହୋଇଯାଇଥିବା ଏଏସ୍ଆଇଙ୍କ ମୃତଦେହ ରବିବାର ଉଦ୍ଧାର କରାଯାଇଛି ।

ଓଡ଼୍ରାଫ୍ ଟିମ୍ ଦୁଡ଼ୁକାବାହାଲ ଗ୍ରାମ ନିକଟରୁ ଲାଞ୍ଜିବେର୍ଣ୍ଣା ଫାଣ୍ଡି ଏଏସ୍ଆଇ ନବୀନ ପଟେଲଙ୍କ ଶବ ଏବଂ ପୋଲିସ ଜିପ୍ ଉଦ୍ଧାର କରିଥିବା ଜଣେ ଅଧିକାରୀ କହିଛନ୍ତି ।

ଶନିବାର ରାତି ପ୍ରାୟ ଆଠଟା ବେଳେ ପୋଲିସ ଦଳ ଉକ୍ତ ଗ୍ରାମରେ ପହଞ୍ଚି ସଂପୃକ୍ତ ୱାରେଣ୍ଟିକୁ ଗିରଫ କରି ଆଣୁଥିବା ବେଳେ ଗ୍ରାମବାସୀମାନେ ପୋଲିସକୁ ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ ପଟେଲ ଓ ପୋଲିସ ଜିପ୍କୁ କେନାଲକୁ ଠେଲି ଦେଇଥିଲେ ।

ଗ୍ରାମବାସୀଙ୍କ ଆକ୍ରମଣରେ ଚାରି ଜଣ ଆହତ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version