• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସତ୍ୟ ଖବର ପାଇଁ ପାଠକ ସଂଘର୍ଷରତ: ସାମ୍ବାଦିକ ସଂଘ

August 13, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୂବନେଶ୍ୱର, ଅଗଷ୍ଟ ୧୩(ଓଡ଼ିଶା ଡ଼ଟ୍ କମ୍) ସମ୍ବାପତ୍ର ପୃଷ୍ଠାରୁ ଆଜିକାଲି ଖବର ଖୋଜିଲେ ମିଳୁନି, ଭଲ ଖବରଟିଏ ଖୋଜି ଖୋଜି ସେ ଅଣନିଃଶ୍ୱାସୀ ହୋଇପଡୁଛି ଏବଂ ସତ୍ୟ ଖବର ପାଇବା ପାଇଁ ପାଠକକୁ ସଂଘର୍ଷ କରିବାକୁ ପଡୁଛି ବୋଲି ମତପ୍ରକାଶ ପାଇଛି ।

ଓଡିଶା ସାମ୍ବାଦିକ ସଂଘ ରାଜ୍ୟ ସମ୍ମିଳନୀରେ ଯୋଗଦେଇ ଅତିଥିମାନେ ଏଭଳି ମତ ପ୍ରକାଶ କରିଛନ୍ତି । ଜୟଦେବ ଭବନରେ ସଂଘର ରାଜ୍ୟ ସଭାପତି ପ୍ରଭାତ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ରାଜ୍ୟ ଶକ୍ତି, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅରୁଣ ସାହୁ ।

ଆଜି ସାରା ବିଶ୍ୱରେ ଜ୍ଞାନର ବିସ୍ଫୋରଣ ଘଟିଛି । ତାଙ୍କ ଝଙ୍କୃତ ହେଉଛି ସମାଜରେ । ତେଣୁ ସେହି ବିସ୍ଫୋରଣରେ ସାମିଲ ହୋଇଥିବା ଗଣମାଧ୍ୟମ ନିଜ ଦାୟିତ୍ୱବୋଧକୁ ଭୁଲିଯିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି ।

ସମାଜରେ ଘଟୁଥିବା ଘଟଣାର ଉପସ୍ଥାପନା କରିବା ବେଳେ ନିଜସ୍ୱ ମତକୁ ପାଠକ ଉପରେ ଲଦିଦେବା କେବେ ସାମ୍ବାଦିକର କର୍ତବ୍ୟ ନୁହେଁ । ତେଣୁ ପାଠକକୁ ସତ୍ୟ, ବିଶ୍ୱାସନୀୟତା ଓ ଭଲ ଖବର ଯୋଗାଇଦେବା ପ୍ରତ୍ୟେକ ସମ୍ବାଦିକର ପ୍ରଧାନ କର୍ତବ୍ୟ ଓ ଦାୟିତ୍ୱ । ଏଥିରୁ ସେ ବିଚ୍ୟୁତ ହେଲେ ସମାଜ ପଥଭ୍ରଷ୍ଟ ହୋଇପଡେ ବୋଲି ସେ କହିଛନ୍ତି ।

ସେହିପରି ସାମ୍ବାଦିକ ଚିହ୍ନଟ ପ୍ରକ୍ରିୟା, ସେମାନଙ୍କୁ ପେନସନ୍ ପ୍ରଦାନ ଆଦି ବିଭିନ୍ନ ଦିଗ ସଂପର୍କରେ ସେ ଅନୁଧ୍ୟାନ କରିବେ ବୋଲି ସେ କହିଛନ୍ତି । ସମ୍ବାଦ ପରିବେଷଣ ବେଳେ ମାନବୀୟ ମୂଲ୍ୟବୋଧ ପ୍ରତି ଦୃଷ୍ଟି ଦେବାକୁ ସମ୍ମିଳନୀରେ ମୁଖ୍ୟବକ୍ତା ଭାବେ ଯୋଗେଇଥିବା ଭୁବନେଶ୍ୱର ଏକାମ୍ର ବିଧାୟକ ଅଶୋକ କୁମାର ପଣ୍ଡା କହିଛନ୍ତି ।

ଏହି ସମ୍ମିଳନୀରେ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଏସେଲ ମାଉନିଂ ଇଣ୍ଡଷ୍ଟ୍ରିଜ୍ର ଉପସଭାପତି ଦିଲ୍ଲୀପ ମହାନ୍ତି ଶିଳ୍ପ ବିପ୍ଳବରେ ଗଣମାଧ୍ୟମର ଭୂମିକାକୁ ଉପସ୍ଥାପନା କରିଥିଲେ । ଏଥିରେ ସଂଘର ସାାରଣ ସଂପାଦକ ଶଶୀଭୂଷଣ ପ୍ରହରାଜ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଉପସଭାପତି ମିହିର ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଭିନ୍ନ କ୍ଷେତ୍ରରେ ବିଶେଷ କୃତି ପାଇଁ ସ୍ଥପତି ଅଶୋକ ଖଟୁଆଙ୍କୁ ‘ଉତ୍କଳ ରତ୍ନ’ ଏବଂ ସାମ୍ବାଦିକ ଦୟାନିଧି ଦାଶ ଓ ପ୍ରଶାସକ ବସନ୍ତ କୁମାର ସାହୁ ବିଶେଷ ସମ୍ବର୍ଦ୍ଧନାରେ ସମ୍ମାନିତ କରାଯାଇଥିଲା ।

ସମ୍ମିଳନୀର ଦ୍ୱିତୀୟ ଅଧିବେଶନରେ ଭାରତୀୟ ଜନସଂଚାର ଅନୁଷ୍ଠାନ ଢେଙ୍କାନାଳର ମୁଖ୍ୟ ପ୍ରଫେସର ଡ.ମୃଣାଳ ଚାଟାର୍ଜୀଙ୍କ ଦ୍ୱାରାଏକ ମିଡିଆ ଓରିଏଂଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ଏଥିରେ ରାଜ୍ୟର ବିଭିନ୍ନ ଅଂଚଳରୁ ଯୋଗଦେଇଥିବା ସାତ ଶହରୁ ଉର୍ଦ୍ଧ୍ଵ ସାମ୍ବାଦିକ ଗଣମାଧ୍ୟମର ନୀତିନିୟମ ସଂପର୍କରେ ଶିକ୍ଷାଗ୍ରହଣ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ସତ୍ୟ ଖବର, ସାମ୍ବାଦିକ ସଂଘ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version