Site icon Odisha.com

ପୋଲାଭରମ୍: ଆନ୍ଧ୍ର ଠାରୁ ସ୍ପଷ୍ଟିକରଣ ଲୋଡ଼ିଲେ ଓଡ଼ିଶା ସରକାର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୧୩(ଓଡ଼ିଶା ଡ଼ଟ୍ କମ୍) ପୋଲାଭରମ୍ ପ୍ରକଳ୍ପ ସଂପର୍କରେ ରାଜ୍ୟ ଜଳସଂପଦ ବିଭାଗ ଆନ୍ଧ୍ର ପ୍ରଦେଶ ସରକାରଙ୍କଠାରୁ କେତେକ ପ୍ରସଙ୍ଗ ଉପରେ ସ୍ପଷ୍ଟିକରଣ ଲୋଡ଼ିଛି ।

ଏହାର ଉତ୍ତର ମିଳିବା ପରେ ଆନ୍ଧ୍ର ସରକାରଙ୍କ ସହ ଆଲୋଚନା ହେବକି ନାହିଁ ସ୍ଥିର ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ପୋଲାଭରମ ପ୍ରକଳ୍ପ ନିଶ୍ଚୟ ହେବ ବୋଲି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ କହିବା ପରେ ପ୍ରକଳ୍ପକୁ ନେଇ ବିବାଦ ଦେଖାଦେଇଛି ।

ପୋଲାଭରମ୍ ମାମଲା ସୁପ୍ରିମକୋର୍ଟଙ୍କ ବିଚାରଧିନ ରହିଛି ଓ ଓଡ଼ିଶା ସରକାର ଏ ସଂପର୍କରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଠାରୁ କେତେକ ସ୍ପଷ୍ଟିକରଣ ଲୋଡିଛନ୍ତି ବୋଲି ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ପୋଲାଭରମ୍ ପ୍ରସଙ୍ଗରେ ଆଲୋଚନା ପାଇଁ ଗତମାସ ୨୬ ତାରିଖରେ ଆନ୍ଧ୍ର ପ୍ରଦେଶର ମୁଖ୍ୟ ଯନ୍ତ୍ରୀ ଓଡ଼ିଶା ସରକାରଙ୍କୁ ଏକ ଚିଠି ଲେଖିଥିଲେ । ତେଣୁ ଓଡ଼ିଶା ଜଳ ସଂପଦ ବିଭାଗ ଏ ସଂପର୍କରେ ଆନ୍ଧ୍ର ସରକାରଙ୍କୁ ଏକ ଚିଠି ଲେଖି କେଉଁ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ତାହା ଜାଣିବାକୁ ଚାହିଁଛନ୍ତି ବୋଲି ବିଭାଗୀୟ ସଚିବ କହିଛନ୍ତି ।

ତେବେ ପୋଲାଭରମ ବିବାଦ ଏକ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଜରିଆରେ ବିଚାର କରିବାକୁ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ପୂର୍ବରୁ ବଂଶଧାରା ମାମଲାରେ ସୁପ୍ରିମ କୋର୍ଟ ହୃୟଙ୍ଗମ କରି ଏକ ଟ୍ରିବ୍ୟୁନାଲ ଗଠନ ପାଇଁ ନିଦେ୍ର୍ଧଶ ଦେଇଥିଲେ ।

ସେହିପରି ପୋଲାଭରମ୍ ବିବା ମଧ୍ୟ ଏକ ଟ୍ରିବ୍ୟୁନାଲରେ ବିଚାର ହେବା ଆବଶ୍ୟକ ବୋଲି ସରକାର ଦର୍ଶାଇଛନ୍ତି, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version