Site icon Odisha.com

ନାଲକୋ ପକ୍ଷରୁ ୨୫୭.୭୨କୋଟି ଟଙ୍କାର ଡିଭିଡେଣ୍ଡ୍ ଘୋଷଣା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୧୫(ଓଡ଼ିଶା ଡ଼ଟ୍ କମ୍) ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ)ର ଅଂଶୀଦାରମାନେ ଆଜି ଅନୁଷ୍ଠିତ କମ୍ପାନୀର ୩୧ତମ ବାର୍ଷିକ ସାଧାରଣ ବୈଠକରେ ୨୦୧୧-୧୨ ବର୍ଷ ପାଇଁ ୨୫୭.୭୨ କୋଟି ଟଙ୍କାର ଡିଭିଡେଣ୍ଡ୍ ପ୍ରଦାନ ପାଇଁ ସ୍ୱିକୃତୀ ପ୍ରଦାନ କରିଛନ୍ତି ।

ନାଲକୋ ପ୍ରାରମ୍ଭରୁ ୩୬୫୯.୬୦ କୋଟି ଟଙ୍କା ଭାରତ ସରକାରଙ୍କ ଅଂଶଧନ ବାବରେ ପ୍ରଦାନ କରିବା ସହିତ ସମୁଦାୟ ୪୧୯୭.୭୨ କୋଟି ଟଙ୍କା ଡିଭିଡେଣ୍ଡ୍ ଆକାରରେ ପ୍ରଦାନ କରିଛି ।

ବାର୍ଷିକ ସାଧାରଣ ବୈଠକ ପରେ, ନାଲକୋର ସିଏମଡି ଶ୍ରୀ ବି.ଏଲ. ବାଗ୍ରା, ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି କମ୍ପାନୀର ବ୍ୟବସାୟିକ ଅଭିବୃଦ୍ଧି ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

ସେ କହିଲେ, ଭିଜନ ୨୦୨୦ ନାମକ ନୂତନ କର୍ପୋରେଟ ଯୋଜନା ଆଧାରରେ, ନାଲକୋ ପକ୍ଷରୁ ଧାତୁ ଓ ଶକ୍ତି ଉଦ୍ୟୋଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ।

ନୂତନ ଆଲୁମିନିୟମ ପ୍ରକଳ୍ପ ବାଗ୍ରାଙ୍କ ମତରେ, ନାଲକୋ ପକ୍ଷରୁ ବିଭିନ୍ନ ନୂତନ ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି ।ଏହି କ୍ରମରେ, ଗୁଜୁରାଟଠାରେ ୪,୫୦୦ କୋଟି ଟଙ୍କା ପୁଞ୍ଜିନିବେଶରେ ବାର୍ଷିକ ୧୦ ଲକ୍ଷ ଟନ କ୍ଷମତା ବିଶିଷ୍ଟ ଏକ ଆଲୁମିନା ରିଫାଇନେରୀ ପ୍ରତିଷ୍ଠା କରିବା ପାଇଁ କମ୍ପାନୀ ଯୋଜନା ରଖିଛି ।
ଏଥି ପାଇଁ ଡିପିଆର ପ୍ରସ୍ତୁତ କରାଯାଉଛି । ପଶ୍ଚିମ ଓଡ଼ିଶାରେ ୧୬,୦୦୦ କୋଟି ଟଙ୍କା ପୁଞ୍ଜିନିବେଶରେ ନୂତନ ସ୍ମେଲ୍ଟର ପ୍ରତିଷ୍ଠା ନିମନ୍ତେ ମଧ୍ୟ କମ୍ପାନୀ ରାଜ ସରକାରଙ୍କ ସହ ଆଲୋଚନା କରୁଛି ।

ଏତ ବ୍ୟତୀତ, କମ୍ପାନୀ, ଆନ୍ଧ୍ରପ୍ରଦେଶରେ ସ୍ଥିତ ବକ୍ସାଇଟ ଖଣି ଖନନ କରି ସେଠାରେ ଏକ ୧୪ ଲକ୍ଷ ଟନ କ୍ଷମତା ବିଶିଷ୍ଟ ଏକ ଆଲୁମିନା ରିଫାଇନେରୀ ପ୍ରତିଷ୍ଠା କରିବାକୁ ଯାଉଛି । ଏ ଦିଗରେ ପ୍ରାରମ୍ଭିକ ପର୍ଯ୍ୟାୟରେ କିିଛି ସିଏସଆର କାର୍ଯ୍ୟ ହାତକୁ ନିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version