ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ
ବରଗଡ଼, ଅଗଷ୍ଟ ୧୫ (ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା ମାଟିରେ ଇଂରେଜ ଶାସନ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମ ଚଲାଇଥିବା ଘେଁସ ଜମିାର ମାଧବ ସିଂ ବରିହାଙ୍କୁ ଇଂରେଜ ରେକର୍ଡ଼ରେ ମାଧୋ ସିଂ ରୂପେ ବର୍ଣ୍ଣନା କରାଯାଇଛି ।
ଇଂରେଜ ମାନେ ୧୮୫୮ରେ ମାଧୋ ସିଂଙ୍କୁ ପାଶୀ ଦେଇଥିଲେ ଏବଂ ପରବର୍ତି ସମୟରେ ତାଙ୍କର ତିନି ପୂତ୍ର ହଟେ ସିଂ, କୁଞ୍ଜଳ ସିଂ ଓ ବୈରୀ ସିଂଙ୍କୁ ଆଣ୍ଡାମାନ ରେ ଥିବା ସେଲ୍ୟୁଲାର ଜେଲକୁ ପଠାଇଥିଲେ । ସେଠାରେ ବନ୍ଦୀ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଥିଲା । ଇଂରେଜ ଶାସନ ବିରୁଦ୍ଧରେ ସ୍ୱର ଉତୋଳନ କରି ସେଲୁ୍ୟଲାର ଜେଳକୁ ଯିବାରେ ଏହା ହେଉଛି ଓଡ଼ିଶାର ପ୍ରଥମ ଘଟଣା ।
ଏଠାରେ ପ୍ରକାଶ ଯୋଗ୍ୟ ଯେ ୧୮୦୩ରେ ଇଂରେଜ ମାନଙ୍କ ଦ୍ୱାରାଓଡ଼ିଶା ଦଖଲ ପରେ ବିଭିନ୍ନ ସ୍ଥାନରେ ଇଂରେଜ ଶାସନ ବିରୁଦ୍ଧରେ ବି୍େରାହ ଦେଖା ଯାଇଥିଲା ।
୧୮୫୭ର ସିାହୀ ବି୍େରାହକୁ ପ୍ରଥମ ଭାରତୀୟ ମୁକ୍ତି ସଂଗ୍ରାମ ବୋଲି କୁହାଯାଇଛି । ତେବେ ଏହାର ଢ଼େର ପୂର୍ବରୁ ୧୮୩୩ ରୁ ୧୮୫୬ପର୍ଯ୍ୟନ୍ତ ବରଗଡ଼ ଜିଲ୍ଳାର ଘେଁସ ଜମିାର ମାଧବ ସିଂ ବରିହା (ମାଧୋ ସିଂ) ଇଂରେଜ ମାନଙ୍କ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମ ଚଲାଇଥିଲେ ।
୧୦ ସେପଟେମ୍ବର ୧୮୪୯ରେ ସମ୍ବଲପୁରର ଶେଷ ରାଜା ନାରାୟଣ ସିଂଙ୍କ ମୃତ୍ୟୁ ପରେ ଚୌହାନ ବୀର ସୁରେନ୍ଦ୍ର ସାଏ ରାଜ ସିଂହାସନ ପାଇଁ ଦାବି ଜଣାଇଥିଲେ । ମାତ୍ର ଇଂରେଜ ମାନେ ସୁରେନ୍ଦ୍ର ସାଏଙ୍କ ଦାବିକୁ ଅଣଦେଖା କରି ନାରାୟଣ ସିଂଙ୍କ ବିଧବା ପତ୍ନୀଙ୍କୁ ରାଜଗାଦି ଅର୍ପଣ କରିଥିଲେ ।
ଏଣୁ ଏହାକୁ କେନ୍ଦ୍ରକରି ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ସ୍ଥାନୀୟ ଅଧିବାସୀ ମାନେ ଇଂରେଜ ମାନଙ୍କ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମ କରିଥିଲେ । ଘେଁସ ଜମିାର ମାଧୋ ସିଂ ଏହାର ନେତୃତ୍ୱ ନେଇଥିଲେ ।
ଏହି ଐତିହାସିକ ଘଟଣା ଭାରତୀୟ ଆଦ୍ୟ ମୁକ୍ତି ସଂଗ୍ରାମର ପ୍ରତୀକ । ଏଥି ସକାଶେ ସମଗ୍ର ଭାରତବାସୀ ଗର୍ବିତ ।ତେବେ ଭାରତୀୟ ମୁକ୍ତି ସଂଗ୍ରାମର ଏହି ଆଦ୍ୟ ସ୍ମାରକୀ ଆଜି ଅବହେଳିତ ତଥା ଧ୍ୱଂସ ସ୍ତୁରେ ପରିଣତ ହୋଇଛି । ଏହି ସ୍ଥଳୀକୁ ଜାତୀୟ ସ୍ମାରକୀର ମାନ୍ୟତା ଦେବା ପାଇଁ ବାରମ୍ବାର ଦାବି ହେଉଛି ।
ମାତ୍ର ନିଷ୍ପତି ନେବାରେ ସରକାରୀ ଅବହେଲା ତଥା ବର୍ତମାନ ଘେଁସ ଜମିାରଙ୍କ ଆର୍ଥିକ ଅସ୍ୱଚ୍ଛଳତା ଯୋଗୁଁ ଏହି ଐତିହାସିକ ଧରୋହରର ସୁରକ୍ଷା କରିବାପାଇଁ ସେମାନେ ସମର୍ଥ ନୁହନ୍ତି ।
ସ୍ୱାଧିନତା ସଂଗ୍ରାମରେ ଝାସ ଦେଇ ଘେଁସ ଜମିଦାର ମାଧୋ ସିଂ ନିଜେ ଶହୀଦ ହେବା ସାଙ୍ଗକୁ ତାଙ୍କର ତିନି ପୁତ୍ର ଓ ଜ୍ୱାଇଁ ମଧ୍ୟ ଶହୀଦ ହୋଇଥିଲେ ।
ଏଭଳି ଏକ ଘଟଣା ସମଗ୍ର ଓଡ଼ିଶା ତଥା ଭାରତରେ ବିରଳ । ମାତ୍ର ଏହାର ପ୍ରତିଦାନରେ ଓଡ଼ିଶା ତଥା କେନ୍ଦ୍ର ସରକାର ଏହି ପରିବାରପ୍ରତି ଯଥୋଚିତ ସମ୍ମାନ ପ୍ରଦର୍ଶନ କରିଛନ୍ତି କି ?
ତାହା ଏବେ ବି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସ୍ୱାଧିନତାରେ ଅଂଶ ଗ୍ରହଣ କରିଥିବା ସଂଗ୍ରାମୀଙ୍କୁ ସରକାର ପେନସନ ଦେବାର ବ୍ୟବସ୍ଥା କରିବା ସହ ବିଭିନ୍ନ ସୁବିଧା ସୁଯୋଗର ବନ୍ଦୋବସ୍ତ କରିଛନ୍ତି ।
ମାତ୍ର ଏହି ଆନ୍ଦୋଳନରେ ଅଂଶ ଗ୍ରହଣ କରି ସର୍ବସ୍ୱ ହରାଇଥିବା ଘେଁସ ଜମିାରଙ୍କ ଦାୟଦ ମାନଙ୍କ ପ୍ରତି ସରକାରଙ୍କ କଣ କିଛି କର୍ତବ୍ୟ ଓ ଦାୟିତ୍ୱ ନାହିଁ ।
ଗତବର୍ଷ ଖଡ଼ିଆଲର ମହାରାଣୀ ରାଜର୍ଷି ଦେବୀ ଘେଁସର ଶହୀଦ ପରିବାରଙ୍କ ଦୁରାବସ୍ଥା ଦେଖି ଏହି ସେମାନଙ୍କୁ ସ୍ୱାଧିନତା ସଂଗ୍ରାମୀର ଯଥୋଚିତ ମାନ୍ୟତା ଦେବା ସହ ଏହାକୁ ଜାତୀୟ ସ୍ୱାରକୀ ଘୋଷିତ କରାଯାଇ ତହିଁର ସୁରକ୍ଷା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲିଖିତ ରୂପେ ନିବେଦନ କରିଥିଲେ ।
ରାଜଶ୍ରୀ ଦେବୀଙ୍କ ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ ଜଣାଇବା ସହ ରାଜସ୍ୱ ଓ ଅର୍ଥବିଭାଗକୁ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଇ ଦେଇଥିଲେ ।ଏହାର କପି ଏବେ ବି ରାଜଶ୍ରୀ ଦେବୀଙ୍କ ନିକଟରେ ରହିଛି ।ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁାରିସ ପତ୍ର ଏବେ ବି ସଚିବାଳୟର ନାଲିଫିତା ତଳେ ଚାପି ହୋଇ ରହିଛି ।
ସଂପ୍ରତି ସମଗ୍ର ଦେଶ ସ୍ୱାଧିନତା ଦିବସର ସ୍ମାରକୀ ପାଳନରେ ବ୍ୟସ୍ତ ରହିଥିବା ସମୟରେ ଭାରତୀୟ ସ୍ୱାଧିନତା ଆନ୍ଦୋଳନକୁ ପ୍ରାରମ୍ଭିକ ସ୍ତରରେ ଆରମ୍ଭ କରିଥିବା ବ୍ୟକ୍ତି ମାନଙ୍କୁ ସଭିଏଁ ଭୁଲି ଯାଉଛନ୍ତି ।
ଯଦିବା ତାଙ୍କ ନାମ ସ୍ୱାଧିନତା ଦିବସ ଅଥବା ଜନରାଜ୍ୟ ଦିବସର ଭାଷଣରେ ସ୍ଥାନ ପାଉଛି । ସେମାନଙ୍କ ଉତ୍ତର ଦାୟଦ ମାନଙ୍କ ପ୍ରତି ଆମର ସମ୍ମାନ ଓ କର୍ତବ୍ୟ ପ୍ରତି ସଭିଏଁ ଭୁଲି ଯାଉଛନ୍ତି ।
ଓଡ଼ିଶା ଡ଼ଟ୍ କମ୍