Site icon Odisha.com

ଦେଶାତ୍ମବୋଧ ଗୀତରେ ଝୁମିଲେ ଦର୍ଶକ

ଭୁବନେଶ୍ୱର, ଅଗଷ୍ଟ ୧୬ (ଓଡ଼ିଶା ଡ଼ଟ୍ କମ୍) ମହାନ ଏ ଦେଶ  । ମହାନ ଏହାର ଇତିହାସ  । ସ୍ୱାଧୀନତାର ୬୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟ ପର୍ଯଟନ ଓ ସଂସ୍କୃତି ବିଭାଗ ଆନୁକୂଲରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପକ୍ଷରୁ ଆୟୋଜିତ ଦେଶାତ୍ମବୋଧକ ସଙ୍ଗୀତ ଉତ୍ସବ ଭାରତୀୟର ବର୍ଣ୍ଣାଢ଼୍ୟ ପରିବେଶରେ ରବୀନ୍ଦ୍ର ମଣ୍ଡପ ଥିଲା ଭରପୁର  । ଦେଶପ୍ରେମରେ ମଜ୍ଜିଯାଇଥିଲେ ସମସ୍ତେ  ।

୧୫ ସଂଧ୍ୟାର ପ୍ରଥମ ସଙ୍ଗୀତ ଆରମ୍ଭ ହୋଇଥିଲା ସମବେତ ସଙ୍ଗୀତ ସାରେ ଯାହାଁସେ ଆଚ୍ଛା ହିନ୍ଦୁସ୍ତିତା ହାମାରାରୁ ପରେ ପରେ ଲକ୍ଷ୍ମୀକାନ୍ତ ପାଲିତ ପରିବେଷଣ କରିଥିଲେ ଉଠ କଙ୍କାଳ ଛିଡ଼ୁ ଶୃଙ୍ଖଳ ।

ପର୍ଯଟନ ଓ ସଂସ୍କୃତି ବିଭାଗ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ଏହି ଅଭିନବ ପ୍ରୟାସକୁ ଶ୍ରୋତାମାନେ ମନଭରି ଉପଭୋଗ କରିଥିଲେ । ପ୍ରତେକଟି ସଙ୍ଗୀତରେ ଦେଶପ୍ରେମ ଓ ଦେଶଭକ୍ତିର ନିର୍ଝରିଣୀରେ ରସିକ ଦର୍ଶକମାନେ ପ୍ଲାବିତ ହୋଇଥିଲେ ଏବଂ ପରିବେଶ ହୋଇଉଠିଥିଲା ଭାବପୂର୍ଣ୍ଣ ଓ ରସଶିକ୍ତ ଯାହା ସମସ୍ତଙ୍କୁ ଅଭିଭୁତ କରିଥିଲା ।

ଉତ୍ସବର ଅତିଥିମାନେ ଥିଲେ ପ୍ରମୁଖ ଶାସନ ସଚିବ ପର୍ଯଟନ ଓ ସଂସ୍କୃତି ଅଶୋକ କୁମାର ତ୍ରିପାଠୀ; ସଂସ୍କୃତି ନିଦେ୍ର୍ଧଶକ ସୁଶୀଲ କୁମାର ଦାସ; ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ସଭାପତି ଡ଼. ଶରତ ପୁଜାରୀ ଓ ସଚିବ ଚିତତ୍ତରଞ୍ଜନ ମଲିଆ । କାର୍ଯକ୍ରମ ପରିଚାଳନା କରିଥିଲେ ଦେବ ପ୍ରସାଦ ଦାଶ ଏବଂ କମଲ କିରଣ ।

Exit mobile version