Site icon Odisha.com

ଡିସେମ୍ବର ସୁଦ୍ଧା ସରକାରୀ ଚିକିତ୍ସାଳୟକୁ ସ୍ୱତନ୍ତ୍ର ବିଦ୍ୟୁତ ଯୋଗାଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୧୭ (ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନା ଗୁଡିକୁ ସ୍ୱତନ୍ତ୍ର ବିଦ୍ୟୁତ ଯୋଗଣ ଅପରିହାର୍ଯ୍ୟ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ନିତୀଗତ ନିସ୍ପତି ଗ୍ରହଣ କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ତିନିଗୋଟି ସରକାରୀ ମେଡିକାଲ କଲେଜ ଓ ହସପିଟାଲ ସମେତ ସମସ୍ତ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ସ୍ୱତନ୍ତ୍ର ବିଦ୍ୟୁତ ଟ୍ରାନ୍ସଫର୍ମର ବସାଯାଇ ସିଧାସଳଖ ଗ୍ରୀଡରୁ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରିବା ପାଇଁ ପୂର୍ବରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ।

ତେବେ ଏପର୍ଯ୍ୟନ୍ତ ୩ଟି ସ୍ଥାନରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଦୁଇଟି ସ୍ଥାନରେ କାର୍ଯ୍ୟ ଶେଷ ହେବାକୁ ଯାଉଛି । ଏଥି ପାଇଁ ୨୫ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି ।

ତେବେ ଡାକ୍ତରଖାନା ଗୁଡିକରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହର ଜରୁରୀ ଆବଶ୍ୟକତା ଦୃଷ୍ଟିରୁ ଏହି କାର୍ଯ୍ୟ ଆସନ୍ତା ଡିସେମ୍ବର ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଡାଃ ଦାମୋଦର ରାଉତ ନିର୍ଦ୍ଦେଶ ଦେଇଛନ୍ତି ।

ଏ ନେଇ ଆଜି ମନ୍ତ୍ରୀ ଶ୍ରୀ ରାଉତଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ଥରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରୁ ପ୍ରକାଶ ଯେ ସରକାରଙ୍କ ନିଷ୍ପତି କ୍ରମେ ଏହି କାର୍ଯ୍ୟ ୪ ଗୋଟିଯାକ ବିଦ୍ୟୁତ ବଣ୍ଟନକାରୀ ସଂସ୍ଥା ସମେତ କେତେକ ଅନ୍ୟାନ୍ୟ ସଂସ୍ଥାକୁ କାର୍ଯ୍ୟ କରିବାକୁ କୁହାଯାଇଛି ।

ଶକ୍ତି ବିଭାଗ ଏହି କାର୍ଯ୍ୟ ପାଇଁ ନୋଡାଲ ବିଭାଗ । କେତେକ କ୍ଷେତ୍ରରେ ପୂର୍ବ ଅଟକଳର ପରିବର୍ତନ ଦରକାର ପଡୁଛି । ଯେଉଁ କ୍ଷେତ୍ରରେ ଅଟକଳର ରିଭାଇଜ ହେବାର ଆବଶ୍ୟକତା ରହିଛି ସେହି ସବୁ କାର୍ଯ୍ୟ ଦାୟିତ୍ୱ ନେଇଥିବା ସଂସ୍ଥାମାନେ ଚଳିତ ମାସ ଶେଷ ସୁଦ୍ଧା ରିଭାଇଜଡ୍ ଅଟକଳ ଶକ୍ତି ବିଭାଗ ଜରୀଆରେ ପ୍ରଦାନ କରିବେ ଏବଂ ଡିସେମ୍ବର ମାସ ଶେଷ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version