Site icon Odisha.com

ଜିବାସ୍ମ ଇନ୍ଧନ ଉପରେ ରିହାତି ଶେଷ କରିବା ପାଇଁ ପ୍ରସ୍ତାବ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆିଲ୍ଲୀ, ଅଗଷ୍ଟ ୨୦ (ଓଡ଼ିଶା ଡ଼ଟ୍ କମ୍) –ଡ଼ିଜେଲ,ଗ୍ୟାସ୍ ଏବଂ କିରୋସିନି ପରି ଇନ୍ଧନ ଉପରେ ସରକାରୀ ଅନୁଦାନ କମାଇବା ସପକ୍ଷରେ ମତ ଦେଇ ଏକ ବିଶେଷ ଅଧ୍ୟୟନରେ କୁହାଯାଇଛି ଯେ,ଦେଶର ଅର୍ଥବ୍ୟବସ୍ଥା କୁ ଠିକ୍ କରିବା ପାଇଁ ସରକାର ଜିବାସ୍ମ ଇନ୍ଧନ ଉପରେ ଦିଆଯାଉଥିବା ରିହାତି କୁ କମ କରିବା ନିହାତି ଆବଶ୍ୟକ ।

ଏହି ଅଧ୍ୟୟନରେ ମହଙ୍ଗା ଇନ୍ଧନ ଯୋଗୁଁ ବିଭିନ୍ନ କ୍ଷେତ୍ରରେ ପଡ଼ୁଥିବା ଆର୍ଥିକ ଏବଂ ସାମାଜିକ ପ୍ରଭାବ ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ଏ ସଂକ୍ରାନ୍ତରେ ଆଜି ଇଣ୍ଟର ନ୍ୟାସନାଲ ଇନ୍ଷ୍ଟିଚୁ୍ୟଟ୍ ଫର୍ ସସ୍ଷ୍ଟେନେବଲ୍ ଡ଼େଭେଲପ୍ମେଣ୍ଟ୍ ର ସଂସ୍ଥା ଗ୍ଲୋବାଲ ସବ୍ସିଡ଼ିଜ୍ ଇନିସିଏଟିଭ୍ (ଜିଏସ୍ଆଇ) ଏହି ମହତ୍ୱପୂର୍ଣ୍ଣ ଅଧ୍ୟୟନ ଜାରି କରିଛନ୍ତି ।

ନ୍ୟାସନାଲ୍ ଇନ୍ଷ୍ଟିଚୁ୍ୟଟ୍ ଫର୍ ପବ୍ଲିକ ଫାଇନାନ୍ସ ପଲିସି(ଏନ୍ଆଇପିଏଏଫ୍ପି)ଏବଂ  ଏର୍ନଜି ରିସୋର୍ସ ଇନ୍ଷ୍ଟିଚୁ୍ୟଟ୍ (ଟିଆରଆଇ) ସହଯୋଗରେ କରାଯାିଥିବା ଏହି ଅଧ୍ୟୟନରେ ଡ଼ିଜେଲ, ଏଲ୍ପିଜି ଏବଂ ରାସନ ଜରିଆରେ ଦିଆଯାଉଥିବା କିରୋସିନି ଉପରେ ଅନୁଦାନ କମାଇବା ଦ୍ୱାରାପଡ଼ୁଥିବା ପ୍ରଭାବର ମୂଲ୍ୟାଙ୍କନ କରାଯାଇଛି । ଏହି ଅଧ୍ୟୟନରେ ଇନ୍ଧନର ମୂଲ୍ୟ ବୃଦ୍ଧି ପରେ ଗରିବ ଲୋକଙ୍କୁ ଦିଆଯିବା ଧନରାଶି ପ୍ରସ୍ତାବ ଉପରେ ମଧ୍ୟ ଅନୁଶୀଳନ କରାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଇନ୍ଧନ ଉପରେ ଅନୁଦାନ ଦେବା ଦ୍ୱାରା ସରକାରୀ ତହବିଲ ଉପରେ ବଢୁଥିବା ଆର୍ଥିକ ବୋଝ ଯୋଗୁଁ ଜିବାସ୍ମ ଇନ୍ଧନ (ଡ଼ିଜେଲ,ଗ୍ୟାସ ଇତ୍ୟାି)ଉପରେ ରିହାତି କମାଇବା ଏବଂ ଧିରେ ଧିରେ ଏହି ରିହାତି ସଂପୂର୍ଣ୍ଣ ଶେଷ କରିବା ପାଇଁ ବହୁ ଦିଗରୁ ପ୍ରସ୍ତାବ ଦିଆଯାଇଛି ।

ଏହି ଚାପ କାରଣରୁ ସରକାର ଖାଦ୍ୟ, ଅନାଜ ସମେତ ଘରୋଇ ଉପସ୍ଥିତି ସାମଗ୍ରୀ ଉପରେ ରିହାତି ଦ୍ବୁଗୁଣ କରିବା ପାଇଁ ଚିନ୍ତା କରାଯାଇଛି । କରାଯାଇଥିବା ଗବେଷଣା ଅନୁସାରେ ଇନ୍ଧନ ଓ ବିଭିନ୍ନ ଦ୍ରବ୍ୟ ଉପରେ ଦିଆଯାଉଥିବା ଅନୁଦାନ କାରଣରୁ ଦେଶର ଅର୍ଥବ୍ୟବସ୍ଥା ପ୍ରଭାବିତ ହେଉଛି । ଏହାଦ୍ୱାରାସାମାଜିକ ଓ ଭୌତିକ ବୁନିଆଦି ଢାଞ୍ଚା ମଧ୍ୟ ପ୍ରଭାବିତ ହେଉଛି । ଏହି କାରଣରୁ ପ୍ରମୂଖ କ୍ଷେତ୍ର ଯଥା ପରିବହନ,ଉଦ୍ୟୋଗ ଏବଂ କୃଷି ମଧ୍ୟ କ୍ଷତିଗ୍ରସ୍ତ ହେଉଛି ।

ଏହି ଗବେଷଣାର ସାରମର୍ମ ହେଲା ଡ଼ିଜେଲ ମୂଲ୍ୟ ଉପରେ ତୁଳନାତ୍ମକ ଭାବେ କମ୍ ଆର୍ଥିକ ଅନୁଦାନ ଦିଆଯାଉଛି । ନିର୍ଦ୍ଧାରିତ ଲକ୍ଷ୍ୟରୁ କମ୍ ଅନୁଦାନ ଯୋଗୁଁ ସରକାର ରାଷ୍ଟ୍ରୀୟ ତୈଳ କଂପାନୀ ଏବଂ ତୈଳ କ୍ରୟକାରୀ ସଂସ୍ଥା ମିଶି ଏହି ମୂଲ୍ୟର ୨୫ଭାଗ ପୁରା କରୁଛନ୍ତି । ଯଦି ଡ଼ିଜେଲ ମୂଲ୍ୟର ଏହି ୨୫ଭାଗକୁ ସମାପ୍ତ କରିଦିଆଯାଏ ତେବେ ଏହାଦ୍ୱାରା ସାମାନ୍ୟ ମୂଲ୍ୟରେ ଏକ ପ୍ରତିଶତ ବୃଦ୍ଧି ହେବ ।

ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ, ଭାରତରେ କମରମା ଏବଂ ଅନୌପଚାରିକ କ୍ଷେତ୍ରରେ ବ୍ୟାପକ ଚାକିରୀ ଥିବା ସତ୍ୱେ ଦରଦାମରେ ସାମାନ୍ୟ ବୃଦ୍ଧି ଦ୍ୱାରାଗରିବ ଉପଭୋକ୍ତା ସଂଙ୍କଟରେ ଆସିଥାଆନ୍ତି । ମହଙ୍ଗା ଇନ୍ଧନ କାରଣରୁ ଅର୍ଥବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଥାଏ ।

ମହଙ୍ଗା ଇନ୍ଧନର ସବୁଠାରୁ ବେଶୀ ପ୍ରଭାବ ଯେଉଁ ସବୁ କ୍ଷେତ୍ରରେ ପଡ଼ିଥାଏ ସେ ଭିତରୁ ମୁଖ୍ୟ ହେଲା ସାର୍ବଜନିକ ପରିବହନ । ଏହାଦ୍ୱାରା ମାଲଭଡ଼ା ରେ ଦଶ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ସମ୍ଭବ ଅଟେ । ଠିକ୍ ସେହିପରି ରେଳ ପରିବହନରେ ୨.୫ ରୁ ୩.୫ପ୍ରତିଶତ ବୃଦ୍ଧି ସମ୍ଭବ । ମହଙ୍ଗା ଇନ୍ଧନ କାରଣରୁ କାରୋବର କ୍ଷେତ୍ରରେ ୦.୨୫ପ୍ରତିଶତ ମୂଲ୍ୟ ବୃଦ୍ଧିର ଆକଳନ କରାଯାଇଛି । କୃଷି କ୍ଷେତ୍ରରେ ଏହାର ପ୍ରଭାବ ଯଥା ଗହମରେ ୨.୭୫,ଏବଂ ଆଖୁରେ ୦.୭୫ପ୍ରତିଶତ ପର୍ଯ୍ୟନ୍ତ ବଢିପାରେ ।

ଆଜି ଜାରି କରାଯାଇଥିବା ଏହି ବିଶେଷ ଅଧ୍ୟୟନରେ କୁହାଯାଇଛି ଯେ,ଡ଼ିଜେଲ ଉପରେ ସବସିଡ଼ିକୁ ଆସ୍ତେ ଆସ୍ତେ ସମାପ୍ତ କରିଦିଆଗଲେ ଦୁର୍ବଳ ଶ୍ରେଣୀର ଉପଭୋକ୍ତାଙ୍କ ଜୀବନ ଯାପନ ସହଜ ହେବ । ଏଥିପାଇଁ ଜରୁରୀ ହେଲା ଏକବର୍ଷ ମଧ୍ୟରେ ପ୍ରତିମାସ ଥରେ ବା ଦୁଇଥର ଲିଟର ପିଛା ଏକଟଙ୍କା ବଢାଯାଉ । ସରକାର ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟହ୍ରାସକୁ ଆଖିଆଗରେ ରଖି ଇନ୍ଧନର ମୂଲ୍ୟବୃଦ୍ଧି ଉପରେ ଉଚିତ୍ ପଦକ୍ଷେପ ନେବା ଉଚିତ୍ । ତେବେ ଏହି ସମୟରେ ସରକାରକୁ ସୁନିଶ୍ଚିତ କରିବାକୁ ପଡ଼ିବ ଯେପରି ପ୍ରମୁଖ ଉପଭୋକ୍ତା ସାମଗ୍ରୀ ସବୁ ଉପଲବ୍ଧ ହୁଏ ।

ସରକାରକୁ ମହଙ୍ଗା ଡ଼ିଜେଲ କାରଣରୁ ସଙ୍କଟଗ୍ରସ୍ତ ଉଦ୍ୟୋଗମାନଙ୍କୁ ଅଳ୍ପ ସମୟ ପାଇଁ ସିଧାସଳଖ କ୍ଷତିପୂରଣ ଦେବା ଦିଗରେ ମଧ୍ୟ ବିଚାର କରିବାର ଆବଶ୍ୟକତା ଅଛି । ଏଭଳି ଉଦ୍ୟୋଗ ମଧ୍ୟରେ ସରକାରୀ ପରିବହନ କଂପାନୀ ମଧ୍ୟ ଅଛନ୍ତି । ଏହାଦ୍ୱାରାଭଡ଼ା ବୃଦ୍ଧି କମ୍ ହେବ ଅଥବା ନା ପରି ହେବ । ଏହି ଅଧ୍ୟୟନରେ ଏଲପିଜି ଉପରେ ଦିଆଯାଇଥିବା ସବ୍ସିଡ଼ି ବ୍ୟବସ୍ଥାରେ ପରିବର୍ତନ କରିବା ପ୍ରସ୍ତାବ ଦିଆଯାଇଛି ।

କୁହାଯାଇଛି ଯେ,ଏହି ସବସିଡ଼ି ଦ୍ୱାରାବଡ଼ ସହରରେ ରହୁଥିବା ଲୋକ ମୁଖ୍ୟତ ଗ୍ୟାସ ବ୍ୟବହାରକାରୀଙ୍କୁ ଲାଭ ମିଳୁଛି । ଅଧ୍ୟୟନରେ ଏହି ପରାମର୍ଶ ଦିଆଯାଇଛି ଯେ, ସରକାର ଯଥାଶୀଘ୍ର ଏଲପିଜିର ମୂଲ୍ୟ ବୃଦ୍ଧି ପାଇଁ ପଦକ୍ଷେପ ନିଅନ୍ତୁ । ଏହା ସହ ଘରୋଇ ବ୍ୟବହାର ପାଇଁ ଅନୁଦାନ ପ୍ରାପ୍ତ ଏଲପିଜିର ସୀମା ନିର୍ଦ୍ଧାରଣ କରନ୍ତୁ । ଯେପରିକି ଆଗକୁ ଏଲପିଜିକୁ ସଂପୂର୍ଣ୍ଣ ସବସିଡ଼ି ମୁକ୍ତ କରିହେବ । ଏହି ଗବେଷଣାରେ ଗରିବଙ୍କୁ ମିଳୁଥିବା କିରୋସିନି ବଣ୍ଟନ ବ୍ୟବସ୍ଥାରେ ହେଉଥିବା ଅବ୍ୟବସ୍ଥା ଉପରେ ମଧ୍ୟ ଟିପ୍ପଣୀ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version