Site icon Odisha.com

ଭାରତୀୟ କ୍ରିକେଟ ଟିମ୍ ରେ ଓଡିଆ ଝିଅ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଅଗଷ୍ଟ ୧୯ (ଓଡ଼ିଶା ଡ଼ଟ୍ କମ୍) ଜାତୀୟ ସିନିୟର ମହିଳା ଟି-୨୦ ଦଳରେ ଓଡିଶାର ଦ୍ୱିତୀୟ ମହିଳା କ୍ରିକେଟ ଭାବେ ବଲାଙ୍ଗିର ଝିଅ ରୋଶନାରା ପରିବିନ୍ ସ୍ଥାନ ପାଇଛନ୍ତି ।

ରୋଶନାରାଙ୍କ ପୂବରୁ ମାଧୁରୀ ମେହଟା ଜାତୀୟ ମହିଳା ଦଳରେ ସ୍ଥାନ ପାଇଥିଲେ କିନ୍ତୁ ରୋଶନାରା ଓଡିଶାର ପ୍ରଥମ ମହିଳା ଭାବେ ବିଶ୍ୱକପ୍ ଭିଳି ବଡ ଟୁଣ୍ଣାମେଣ୍ଟ ଖେଳିବାରେ ସୁଯୋଗ ପାଇବେ ।

ରୋଶ୍ନାର ଓଡିଶା ଡଟ୍ କମ୍ କୁ ଏକ ସାକ୍ଷାତକାରରେ କହିଛନ୍ତି ଯେ, ପ୍ରତ୍ୟେକ କ୍ରୀଡ଼ାବିତଙ୍କର ସ୍ୱପ୍ନ ଦେଶ ପାଇଁ ଖେଳିବାକୁ । ମୋର ସ୍ୱପ୍ନ ପୂରଣ ହୋଇଛି । ଏହା ମୋ ଜୀବନର ବଡ଼ ସଫଳତା । ଭାବିନଥିଲି ମୁଁ ଚୂଡ଼ାନ୍ତ ଦଳରେ ସ୍ଥାନପାଇବି ବୋଲି । କଠିନ ପରିଶ୍ରମର ଫଳ ପାଇଛି । ମୋ ଜୀବନରେ କେବେ ବି ଏପରି ଖୁସିରଦିନ ଆସିନଥିଲା ।

ଶ୍ରୀଲଙ୍କାରେ ହେବାକୁ ଥିବା ମହିଳା ଟ୍ଵୋଣ୍ଟି ୨୦ ବିଶ୍ୱକପ ପାଇଁ ସୋମବାର ବିସିସିଆଇ ପକ୍ଷରୁ ଘୋଷିତ ୧୪ ଜଣିଆ ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଥିଲା । ତାଙ୍କର ବୟସ ୨୦ ବର୍ଷ । ସେ ଅଫସ୍ପିନର ଭାବେ ଭାରତୀୟ ଦଳରେ ସ୍ଥାନପାଇଛନ୍ତି ।

ସେ କହିଛନ୍ତି ତାଙ୍କର ଏହି ସଫଳତା ପଛରେ ପ୍ରଥମେ ଅରୁଣ ସାର (କୋଚ ଅରୁଣ ନାୟକ), ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ), ମାତାପିତା ଓ ପରିବାର ଲୋକ ଏବଂ ଓସିଏ ସମ୍ପାଦକ ଆଶୀର୍ବାଦ ସାରଙ୍କର ଆଦି ଅନେକ ବ୍ୟକ୍ତିଙ୍କର ବଡ଼ ଅବଦାନ ରହିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version