Site icon Odisha.com

ବ୍ୟାଙ୍କ ଧର୍ମଘଟ, ୧୨ ହଜାର କୋଟି ଟଙ୍କା କାରବାର ବାଧା ପ୍ରାପ୍ତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୨୨ (ଓଡ଼ିଶା ଡ଼ଟ୍ କମ୍)-ବ୍ୟାଙ୍କ କ୍ଷେତ୍ରରେ କେନ୍ଦ୍ର ସରକାର ଯେଉଁ ସଂସ୍କାର ପ୍ରସ୍ତାବ ଆଣିଛନ୍ତି ତାହାକୁ ବିରୋଧକରି ଭାରତୀୟ ବ୍ୟାଙ୍କ ୟୁନିୟନର ମହାସଂଘର ନିସ୍ପତି କ୍ରମେ ଓଡ଼ିଶାରେ ଏହାର ୧୦ହଜାର କର୍ମଚାରୀ ଆଜି ଠାରୁ ଦୁଇିନିଆ ଧର୍ମଘଟରେ ସାମିଲ ହୋଇଛନ୍ତି ।

ବିଭିନ୍ନ ଆଞ୍ଚଳିକ ବ୍ୟାଙ୍କ ଓ କୋ-ଅପରେଟିଭ ବ୍ୟାଙ୍କ ଏଥିରେ ଭାଗ ନେଇଛନ୍ତି । ପ୍ରମୁଖ ବ୍ୟାଙ୍କର କାରବାର ବନ୍ଦ ହୋଇଥିବାରୁ ଓଡିଶାରେ ୧୨ ହଜାର କୋଟି ଚଙ୍କାର କାରବାର ବାଧା ପ୍ରାପ୍ତ ହୋଇଛି ।

ସମଗ୍ର ରାଜ୍ୟରେ ବ୍ୟାଙ୍କ ସେବା ଏକ ପ୍ରକାର ଅଚଳ ହୋଇ ଯାଇଛି । ୯ଟି ବ୍ୟାଙ୍କ ୟୁନିୟନକୁ ନେଇ ଗଠିତ ମିଳିତ ବ୍ୟାଙ୍କ ୟୁନିୟନ ସାମ୍ମୁଖ୍ୟ ଓ ଅଫିସର୍ସ ୟୁନିୟନ ଏଥିରେ ସାମିଲ ହୋଇଛନ୍ତି । ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଏହାକୁ ସମର୍ଥନ ଜଣାଇଛନ୍ତି ।

ଏକପାଖିଆ ଖଣ୍ଡେଲଫ୍ୱାଲ କମିଟି ରିପୋର୍ଟକୁ କାଯ୍ୟ କରିବା ଓ ବ୍ୟାଙ୍କ ସଂସ୍କାର ନାମରେ ବିଭିନ୍ନ ମନ୍ଦ ଉଦ୍ଦେଶ୍ୟ ରଖି କାର୍ଯ୍ୟ କରିବାକୁ ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡିକ ବିରୋଧ କରୁଛନ୍ତି ।

ଦେଶର ୨୪ଟି ପବ୍ଲିକ ସେକ୍ଟର ବ୍ୟାଙ୍କ,୧୨ଟି ଘରୋଇ ବ୍ୟାଙ୍କ ଓ ୬ଟି ବିଦେଶୀ ବ୍ୟାଙ୍କ ଏଥିରେ ଭାଗନେଇଥିବା ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ମହାସଂଘର ସାଧାରଣ ସଂପାଦକ ସିଏଚ୍ ଭେଙ୍କଟ ବୋଲମ ପ୍ରକାଶ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ

Exit mobile version