Site icon Odisha.com

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ଛିଦ୍ର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୨୨ (ଓଡ଼ିଶା ଡ଼ଟ୍ କମ୍)-ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜଧାନୀର ରିଜିଓନାଲ ପ୍ଲାଂଟ ରିସୋର୍ସର ବଟାନିକାଲ ଗାର୍ଡେନରେ ବୁଧବାର ପୁଷ୍ପବାଟିକା ଉ୍ଘାଟନ କରି ଫେରୁଥିବାବେଳେ ଜଣେ ମହିଳା ତାଙ୍କର ସୁରକ୍ଷା ବଳୟ ଭେଦକରି । ଦାବିପତ୍ର ଦେବା ଘଟଣା ଆଲୋଡନ ସୃଷ୍ଟି କରିଛି ।

ମୁଖ୍ୟମନ୍ତ୍ରୀ ପୁଷ୍ପ ବାଟିକା ଉ୍ଘାଟନ କରି ଫେରୁଥିବାବେଳେ ତାଙ୍କ ଗାଡି ଆଗକୁ ଜଣେ ମହିଳା ଦୌଡି ଆସି ଇଂରାଜୀରେ ଲିଖିତ ନିଜର ଦାବିପତ୍ର ଦେଇ କିଛି କଥା ହୋଇ ଚାଲି ଯାଇଥିଲେ ।

ଏହି ମହିଳା ଜଣକ ଥିଲେ ଉଦ୍ୟାନର ଠିକାଦାର କର୍ମଚାରୀ ଚାନ୍ଦ ବିନ୍ଧାଣୀ । ସେ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ଦାବି ପତ୍ର ପ୍ରଦାନ କରିଥିଲେ । ସେ ତାଙ୍କ ଦାବି ପତ୍ରରେ ଉଲ୍ଲେଖ କରିଥିଲେ ଯେ ୨୫ ବର୍ଷଧରି କାର୍ଯ୍ୟକରି ଅବସର ନେଇଥିବା ଓ ମୃତ୍ୟୁ ବରଣ କରିଥିବା କର୍ମଚାରୀଙ୍କୁ ଏ ଯାଏଁ ଉପଯୁକ୍ତ କ୍ଷତି ପୁରଣ ମିଳୁ ନାହିଁ ।

ମୁଖ୍ୟମନ୍ତ୍ରୀ ସବୁ ଶୁଣିବାପରେ ପଦକ୍ଷେପ ନେବାକୁ ସମ୍ମତି ପ୍ରକାଶ କରିଥିବା ଚର୍ଚ୍ଚାର ବିଷୟ ହୋଇଛି । ପୋଲିସର କଡାବଳୟ ମଧ୍ୟକୁ ମହିଳା ପ୍ରବେଶ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଓଡ଼ିଶା ଡ଼ଟ୍ କମ

Exit mobile version