Site icon Odisha.com

ସିଂଗ୍ଧ ଡେଙ୍ଗୁରେ ରାଜ୍ୟରେ ୨ ଜଣଙ୍କର ମୃତ୍ୟୁ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଢେଙ୍କାନାଳ,ଅଗଷ୍ଟ ୨୨ (ଓଡ଼ିଶା ଡ଼ଟ୍ କମ୍)- ସିଂଗ୍ଧ ଡେଙ୍ଗୁରେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ୨ ଜଣଙ୍କର ମୃତ୍ୟୁ ଘଟିଛି ।

ଢେଙ୍କାନାଳ ଜିଲ୍ଲା ଦଶିପୁରା ଗ୍ରାମର ସନାତନ ନାୟକ(୩୬)ଙ୍କୁ ଗୁରୁତ୍ୱର ଅବସ୍ଥାରେ ସୋମବାର ତାଳଚେର ଠାରେ ଥିବା ଏକ ଘରୋଇ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା ।

ମାତ୍ର ତାଙ୍କ ଅବସ୍ଥା ବେଶୀ ଗୁରୁତର ହେବାରୁ ଆଜି ଭୋର ସମୟରେ ତାଙ୍କୁ କଟକ ଏସିବିକୁ ସ୍ଥାନାନ୍ତରିତ କରା ଯାଇଥିଲା । ମାତ୍ର ଏସସିବିରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

ସେହିପରି ଢେଙ୍କାନାଳ ଜିଲ୍ଲା ଅର୍ନ୍ତଗତ ପରଜଙ୍ଗ ବ୍ଲକର ବଡକମର ଗ୍ରାମର ବିରଂଚି ନାରାୟଣ ଡେଙ୍ଗୁ ରୋଗରେ ମୃତ୍ୟୁ ବରଣ କରିଛନ୍ତି ।

ସେ ଅନୁଗୁଳ ଜିଲ୍ଲା ବନ୍ତଳାରେ ଟେଲିଫୋନ ଏକ୍ସଚେଂଜରେ କାମ କରୁଥିଲେ । ତାଙ୍କ ଦେହ ଗୁରୁତ୍ୱର ଭାବେ ଅସୁସ୍ଥ ହେବାରୁ ୨ଦିନ ହେଲା ଭୁବନେଶ୍ୱର ଆୟୁଷ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଗତକାଲି ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।

ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶ୍ରୀ ପ୍ରଦିପ ମହାପାତ୍ର କହିଛନ୍ତି ଯେ,ବିରଂଚି ନାରାୟଣଙ୍କ ଦେହରେ ଡେଙ୍ଗୁ ଭୁତାଣୁ ଚିହ୍ନଟ ସରିଥିବା ବେଳେ ସନାତନଙ୍କ ହେରେ ଏପର୍ଯ୍ୟନ୍ତ ଡେଙ୍ଗୁ ଭୁତାଣୁ ଅଛି କି ନାହିଁ ପ୍ରମାଣ ହୋଇ ପାରିନାହିଁ ।

ଓଡ଼ିଶା ଡ଼ଟ୍ କମ

Exit mobile version