Site icon Odisha.com

ପୃଥୀ-୨ କ୍ଷେପଣାସ୍ତ୍ର ପରୀକ୍ଷଣ ସ୍ଥଗିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାଲେଶ୍ୱର,ଅଗଷ୍ଟ ୨୩ (ଓଡ଼ିଶା ଡ଼ଟ୍ କମ୍)- ଚାନ୍ଦିପରୁସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର) ଲଂଚ ପ୍ୟାଡ-୩ରୁ ଆଜି ପୂର୍ବାହ୍ନରେ ହେବାକୁ ଥିବା ପୃଥୀ-୨ର ପରୀକ୍ଷଣ ସ୍ଥଗିତ ରଖା ଯାଇଛି ।

ପୂର୍ବାହ୍ନ ପ୍ରାୟ ୧୧ ଟା ମଧ୍ୟରେ ଏହି କ୍ଷେପଣାସ୍ତ୍ରର ବିକଶିତ ମଡେଲ ପରୀକ୍ଷଣ ନିମନ୍ତେ ଡିଆରଡିଓ, ସେନାବାହିନୀ ପ୍ରସ୍ତୁତ ରହିଥିବା ସତ୍ୱେ ପରୀକ୍ଷଣର ଅବ୍ୟବହିତ ପୂର୍ବରୁ ବୈଷୟିକ ତ୍ରୁଟି ଯୋଗୁଁ ଏହାକୁ ସ୍ଥଗିତ ରଖା ଯାଇଥିଲା ।

ପୃଥୀ-୨ କ୍ଷେପଣାସ୍ତ୍ରର ଲମ୍ବ ୮.୬ ମିଟର, ବ୍ୟାସ ୧.୧ ମିଟର ହୋଇଥିବା ବେଳେ ଓଜନ ପ୍ରାୟ ୪୫୦୦ କିଗ୍ରା ।

୫୦୦କିଗ୍ରାରୁ ୧୦୦୦ କିଗ୍ରା ଯୁଦ୍ଧାସ୍ତ୍ର ବହନକରି ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇ ପାରୁଥିବା ଏହି କ୍ଷେପଣାସ୍ତ୍ର ୨୫୦ କି.ମିରୁ ୩୫୦ କିମି ପର୍ଯ୍ୟନ୍ତ ଲକ୍ଷଭେଦ କରିବାର କ୍ଷମତା ରହିଛି । ପୂର୍ବରୁ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ପ୍ରତିଷ୍ଟାନ ପକ୍ଷରୁ ୨୦୦୦,୨୦୦୯,୨୦୧୦,୨୦୧୧ରେ ବହୁବାର ପରୀକ୍ଷଣ ସଫଳ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version