Site icon Odisha.com

ଲ୍ୟାଣ୍ଡମାଇନ ବିସ୍ପୋରଣରୁ ଅଳ୍ପକେ ରକ୍ଷା ପାଇଲେ ୬୦ ଯବାନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମାଲକାନଗିରି,ଅଗଷ୍ଟ ୨୪ (ଓଡ଼ିଶା ଡ଼ଟ୍ କମ୍)-ରାତିରେ କମ୍ବିଂ ସାରି ଯବାନମାନେ ଫେରୁଥିବା ବେଳ ଏକ ଭୟାନକ ଲ୍ୟାଣ୍ଡମାଇନ୍ ବିସ୍ପୋରଣରୁ ପ୍ରାୟ ୬୦ ଯବାନ ବର୍ତ୍ତିଯାଇଛନ୍ତି ।

ମାଲକାନାଗିରି ଜିଲ୍ଲାର କାଲିମେଳା ବ୍ଲକ ଅର୍ନ୍ତଗତ ଗମ୍ପାକୋଣ୍ଡା ପଂଚାୟତର ତୁଣ୍ଡୁକିମେଟଲା ନିକଟରେ ଏହି ଶକ୍ତିଶାଳୀ ଲ୍ୟାଣ୍ଡମାଇନ୍ ବିସ୍ପୋରଣ ଘଟିଥିଲା । ଏହି ବିସ୍ପୋରଣ ଯବାନମାନେ ଆସୁଥିବା ଯାନଠାରୁ ମାତ୍ର ୨୦ ମିଟର ଦୁରରେ ଘଟିଥିଲା । ମାଓବାଦୀଙ୍କ ଷଡଯନ୍ତ୍ର ବିଫଳ ହୋଇ ଯାଇଛି ବୋଲି କୁହାଯାଇଛି ।

ଏହି ଘଟଣାରେ ମାଓବାଦୀଙ୍କ ହାତଥିବା ଜଣାଯାଇଛି । ମାଲକାନାଗିରି ଏସ୍ ପି ଅଖିଳେଶ୍ୱର ସିଂ କହିଛନ୍ତି ଏହି ଘଟଣାରେ ଯବାନମାନଙ୍କ କୌଣସି କ୍ଷତି ଘଟି ନାହିଁ ।

ଓଡ଼ିଶା ଡ଼ଟ୍ କମ୍

Exit mobile version