Site icon Odisha.com

ଓଡିଶାର ସମସ୍ତ ଆସନରେ ପ୍ରାର୍ଥି ଦେବ ଆନ୍ନା ଟିମ୍

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୨୪ (ଓଡ଼ିଶା ଡ଼ଟ୍ କମ୍)-ଇଣ୍ଡିଆ ଏଗେନଷ୍ଟ୍ କରପସନ୍ ନେତା ତଥା ଆନ୍ନା ଟିମ୍ ସଦସ୍ୟ ଅରବିନ୍ଦ କେଜରୱାଲ ଏବଂ ମନୀଷ ଶିଶୋଦିଆ ଭୁବନେଶ୍ୱରରେ ପହଞ୍ଚିଛନ୍ତି । କେଜରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆଗାମୀ ଗାନ୍ଧି ଜୟନ୍ତୀରେ ନୂଆ ଦଳ ଘୋଷଣା କରାଯିବ ।

ଓଡିଶାର ସମସ୍ତ ଆସନରେ ଏହି ଦଳ ପ୍ରାର୍ଥି ଦେବ । କୌଣସି ପ୍ରାର୍ଥି ନାଲିବତୀ ଗାଡି ଚଢିବେ ନାହିଁ । ଆସନ୍ତା ୨୬ ତାରିଖରେ କୋଇଲା ଦୁର୍ନୀତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବାସଭବନ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା ଦିଆଯିବ ।

ଶ୍ରୀ କେଜରିୱାଲ ଓ ଶ୍ରୀ ଶିଶୋଦିଆ ରାଜ୍ୟ ଅତିଥି ଭବନରେ ରହିଥିବା ବେଳେ ଆଜି ଲୋହିଆ ଏକାଡେମୀରେ ଏକ ସଭାରେ ଯୋଗ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version