Site icon Odisha.com

ଓଲିଉଡ଼୍ କଳାକାରଙ୍କ ବୃକ୍ଷରୋପଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୨୫ (ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଏବେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାଯ୍ୟକ୍ରମ ହେଉଥିବା ବେଳେ ଏଥିରୁ ବାଦ୍ନ ପଡିନାହିଁ ଭୁବନେଶ୍ୱରର କୋଳଥିଆ ଯୁବକ ସଂଘ । ଏହି ସଂଘ କୋଳଥିଆ ଗ୍ରାମର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିଥିଲେ ।

ସଂଘର ସଭାପତି ଶତୃଘ୍ନ ନାୟକଙ୍କ ଦ୍ୱାରା ପରିଚାଳିତ ଏହି ଶିବିରରେ ଅତିଥି ରୂପେ ଯୋଗ ଦେଇଥିଲେ ଭୁବନେଶ୍ୱରର ମେୟର ଅନନ୍ତ ନାରାୟଣ ଜେନା । ଗ୍ରାମ କମିଟିର ମୁଖ୍ୟ କୈଳାସ , କର୍ପୋରେଟର ସରୋଜିନୀ ଳାଇ ଏବଂ ଓଲିଉଡ଼୍ କଳାକାର ସବ୍ୟସାଚି, ସମ୍ବିତ, ଦୁଷ୍ମନ୍ତ, ଅକ୍ଷୟ ବସ୍ତିଆ,ଭଗବାନ ବେହେରା, ଗୁଡ଼ୁ, ଦେବୁବ୍ରହ୍ମା, କାଜଲ୍, ମୌସୁମୀ, ପ୍ରକୃତି, ମୁସ୍କାନ୍, ଚୁରୁନି ଓ ଗୁନ୍ଗୁନ୍ ପ୍ରମୁଖ ଯୋଗ ଦେଇଥିଲେ ।

ଏଥିସହିତ ଉପସ୍ଥିତ ଥିଲେ ସ୍ଥାନୀୟ ସ୍କୁଲ୍ର ଛାତ୍ରଛାତ୍ରୀ,ଶିକ୍ଷକଶିକ୍ଷୟତ୍ରୀ,ଫିଲ୍ମ ପ୍ରଡ଼କ୍ସନ କଣ୍ଟୋଲର ଜିତୁ ଭାଇ,ଶୁଭେନ୍ଦୁ ମହାନ୍ତି,ବାବି ମହାପାତ୍ର,ବାଟିଭାଇ ପ୍ରମୁଖ ।

ଓଡ଼ିଶା ଡ଼ଟ୍ କମ୍

Exit mobile version