Site icon Odisha.com

ବହୁଭାଷୀ ନାଟ୍ୟ ଲୋକପ୍ରିୟତା ହରାଇ ନାହିଁ: ଆଲୋଚନାରେ ମତ

ଓଡ଼ିଶା ଡ଼ଟ୍ କମ୍: ସ୍ନିଗ୍ଧା ରାୟ

ଭଦ୍ରକ, ଅଗଷ୍ଟ ୨୬ (ଓଡ଼ିଶା ଡ଼ଟ୍ କମ୍) ମୋଗଲ ତାମସା ଭଦ୍ରକର ଗର୍ବ ଓ ଗୌରବ । ଏହି ବହୁଭାଷୀ ନାଟ୍ୟ ଏବେ ବି ଲୋକପ୍ରିୟତା ହରାଇ ନାହିଁ ବୋଲି ଇନ୍ଟାକ୍ ଭଦ୍ରକ ଶାଖା ପକ୍ଷରୁ ଆୟୋଜିତ ଆଲୋଚନା ଚକ୍ରରେ ଓଡିଶାର ବିଶିଷ୍ଟ ନାଟ୍ୟ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

ରାଜଘାଟ ନିକଟସ୍ଥ ରାଜକଲି ଟାୱାର-ମୋହନ ପ୍ଲାଜାର ସମ୍ମିଳନୀ କକ୍ଷରେ ଅୟୋଜିତ ଏହି ବର୍ଣ୍ଣାଢ୍ୟ ଉତ୍ସବରେ ପ୍ରଫେସର ଡଃ ସନାତନ ମହାନ୍ତି ଅଧ୍ୟକ୍ଷତା କରିଥିଲେ ।

ଏହି ସମାବେଶରେ ଓଡିଶାର ବିଶିଷ୍ଟ ନାଟ୍ୟକାର ଅନନ୍ତ ମହାପାତ୍ର, ରାଜ୍ୟ ଅର୍ଥକମିଶନର ପୂର୍ବତନ ବରିଷ୍ଠ ସଦସ୍ୟ ନୀହାର ରଂଜନ ହୋତା, ଅତିରିକ୍ତ ଜିଲ୍ଲାପାଳ ଦେବେନ୍ଦ୍ର କୁମାର ମହାପାତ୍ର, ନାଟ୍ୟ ନିର୍ଦେଶକ ବାଲ ସିକାର ପ୍ରମୁଖ ଅତିଥି ଭାବରେ ଯୋଗଦେଇ “ଓଡିଶାର ଅଦୃଶ୍ୟମାନ ଐତିହ୍ୟ ସଂପର୍କରେ ବିଶ୍ଵ ଆଲୋଚନା କରିଥିଲେ ।

ଭଦ୍ରକ ଶାଖା ଇନ୍ଟାକ୍ର ଆବାହକ ଦିଗମ୍ବର ମହାନ୍ତି ସ୍ୱାଗତ-ସୂଚନା ସହ ଭଦ୍ରକ ଶାଖାର ଅଦ୍ୟାବଧୀ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ବନ୍ଧରେ ବକ୍ତବ୍ୟ ଦେଇଥିଲେ ।

‘ସଙ୍କେତ’ ନାଟ୍ୟ ସଂସ୍ଥା ପକ୍ଷରୁ ଏକ ମନୋଜ୍ଞ ମଧ୍ୟରେ ‘ମୋଗଲ ତାମସା’ ପ୍ରଦର୍ଶନ କରାଯାଇଥିଲା । ଇନ୍ଟାକ ଶାଖାର ସମସ୍ତ ସଦସ୍ୟ ସଦସ୍ୟାଙ୍କ ସମେତ ନାଟ୍ୟପ୍ରେମୀମାନେ ବହୁ ସଂଖ୍ୟାରେ ଯୋଗ ଦେଇ ଭରପୂର ପ୍ରଦର୍ଶନୀ କକ୍ଷରେ ନାଟ୍ୟ ପ୍ରଦର୍ଶନକୁ ମନଭରି ଉପଭୋଗ କରିଥିଲେ ।

ବିମ୍ବାଧର ବ୍ରହ୍ମ, ଚିତ୍ତରଂଜନ ବରାଳ, ବିଷ୍ଣୁ ପ୍ରସାଦ ସେଠୀ, ବିଜୟ କୁମାର ମହାନ୍ତି, ଘନଶ୍ୟାମ ଲେଙ୍କା, ଶାନ୍ତିଲତା ନାଗ, ସାନ୍ତନୁ ରାଉତ, କୈଳାସ ଚନ୍ଦ୍ର ପଣ୍ଡା, ଡଃ ଭାଗବତ ତ୍ରିପାଠୀ, ଡଃ ରାମଚରଣ ନାୟକ, ଡଃ ମନିନ୍ଦ୍ର ମହାନ୍ତି, ମୁରଲୀଧର ପଣ୍ଡା, ପ୍ରହ୍ଲାଦ ପଲେଇ, ଡଃ ପ୍ରଭାସ ମହାନ୍ତି, ପ୍ରଭାକର ମଲ୍ଲିକ, ହରମୋହନ କୁଅଁର, ଆଶିଷ କୁମାର ବେଗୋସ୍ୱାମୀ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହାୟତା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version