Site icon Odisha.com

ବିଜ୍ଞାନମେଳାରେ ପ୍ରଦର୍ଶିତ ହେଲା ୩୫ଟି ବିଜ୍ଞାନ ପ୍ରକଳ୍ପ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମୁନିଗୁଡା,ଅଗଷ୍ଟ ୨୬ (ଓଡ଼ିଶା ଡ଼ଟ୍ କମ୍)- ଶିକ୍ଷା ବିକାଶ ସମିତି ଓଡିଶା ଅନୁବନ୍ଧିତ ରାୟଗଡା ଜିଲ୍ଲା ଅର୍ନ୍ତଗତ ମୁନିଗୁଡା ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ବିଷମକଟକ ସଂକୁଳସ୍ତରୀୟ ବିଜ୍ଞାନ ମେଳା ସଫଳତାର ସହ ଅନୁଷ୍ଠିତ ହୋଇ ଯାଇଛି ।

ବିଜ୍ଞାନ ମେଳାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡ.ସଂଜୀବ ମହାପାତ୍ର ଉ୍ଘାଟନ କରିଥିବାବେଳେ ଉଦ୍ୟାପନୀ ଓ ପୁରସ୍କାର ବିତରଣୀ ଉତ୍ସବରେ କ୍ଷୁଦ୍ର ଜଳସେଚନ ବିଭାଗ ଉପଖଣ୍ଡ ଅଧିକାରୀ କୁରେଶୁ ପ୍ରସାଦ ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।

ଅମ୍ବାଳ, ମୁନିଗୁଡା, ବିଷମକଟକ, ଦୁର୍ଗୀ, ଚାଟିକଣା, ଥେରୁବାଲି, ପ୍ରଭୃତି ୬ଟି ଶିଶୁ ମନ୍ଦିରରୁ ଶିଶୁ ବର୍ଗରେ ୧୮ଟି ଓ ବାଲ ବର୍ଗରେ ୧୭ଟି ସମୁାୟ ୩୫ଟି ବିଜ୍ଞାନ ପ୍ରକଳ୍ପ ସ୍ଥାନିତ ହୋଇଥିବା ଦେଖା ଯାଇଥିଲା । ସମୁଦାୟ ୧୦୬ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।

ଏଥିସହିତ ବୈଦିକ ଗଣିତ,ବିଜ୍ଞାନ,ପ୍ରଶ୍ନମଞ୍ଚ,ବିଜ୍ଞାନ,ପତ୍ରବାଚନ,ବୈଦିକ ଗଣିତ, ପତ୍ରବାଚନ, ବିଜ୍ଞାନ ପ୍ରୟୋଗ, ଗଣିତ ଚାଟ ପଦର୍ଶନ ସଂର୍ପକିତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version