Site icon Odisha.com

ମାଓ ମୁକାବିଲା ପାଇଁ ବ୍ଲୁ ପ୍ରିଣ୍ଟ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୨୬(ଓଡ଼ିଶା ଡ଼ଟ୍ କମ୍)- ଟପ୍ ମାଓନେତା ସୁନୀଲ ଓରଫ ସବ୍ୟସାଚୀ ପଣ୍ଡାଙ୍କୁ ଗିରଫ କରାଯିବ । ଆତ୍ମସମର୍ପଣ ପର୍ଯ୍ୟନ୍ତ ଅପେକ୍ଷା କରାଯିବନି । ଛତିଶଗଡ-ଆନ୍ଦ୍ର କ୍ୟାଡରଙ୍କ ଉପରେ ରହିବ ତୀକ୍ଷଣ ନଜର ।

ଚିହ୍ନଟ ପରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଲାଲ କରିଡରରେ ମାଓ ଦମନ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ବେଳେ ପୋଲିସ ଡିଜି ପ୍ରକାଶ ମିଶ୍ର କଡା ଆଭମୁଖ୍ୟ ଆପଣାଇଛନ୍ତି ।

କେବଳ ମାଓନେତା ସବ୍ୟସାଚୀ ନୁହେଁ ଓଡିଶାରେ ଆତଙ୍କ ଖେଳାଉଥିବା ଆନ୍ଦ୍ର-ଛତିଶଗଡ ଓ ଝାଡଖଣ୍ଡ କ୍ୟାଡର ମାଓବାଦୀଙ୍କ ଉପରେ ତୀକ୍ଷଣ ନଜର ରଖିବା ପାଇଁ ଅଭିନବ ଉପାୟ ଅବଲମ୍ବନ କରାଯାଇଛି ।

ବାହାର କ୍ୟାଡରଙ୍କୁ ଚିହ୍ନଟ କରିବା ପରେ ସେମାନଙ୍କ ବିରୁଦ୍ଧରେ କଡା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଡିଜି ପ୍ରକାଶ ମିଶ୍ର କହିଛନ୍ତି । ହିଂସାପଥ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ନହେଲେ ବଡ ପଦକ୍ଷେପ ନିଆ ଯିବ ବୋଲି ପରୋକ୍ଷରେ ଡିଜି ମିଶ୍ର ଚେତାବନୀ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version