Site icon Odisha.com

ଚାଲିଲା ଭଦ୍ରକ-ବାଲେଶ୍ୱର-ଭଦ୍ରକ ପାସେଞର ଟ୍ରେନ

ଓଡ଼ିଶା ଡ଼ଟ୍ କମ୍: ସ୍ନିଗ୍ଧା ରାୟ

ଭଦ୍ରକ, ଅଗଷ୍ଟ ୨୬ (ଓଡ଼ିଶା ଡ଼ଟ୍ କମ୍)-ଆଜି ଭଦ୍ରକ-ବାଲେଶ୍ୱର-ଭଦ୍ରକ ପାସେଞର ଟ୍ରେନ ଚଳାଚଳର ଶୁଭଉ୍ଘାଟନ ସାଂସଦ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରେଲୱେ କନଭେନସନ୍ କମିଟିର ଅଧ୍ୟକ୍ଷ ଅର୍ଜୁନ ଚରଣ ସେଠୀଙ୍କ ଦ୍ୱାରାଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ଚରମ୍ପା ସ୍ଥିତ ଭଦ୍ରକ ରେଳ ଷ୍ଟେସନ ପରିସରରେ ପୂର୍ବତଟ ରେଳବାଇ ଦ୍ୱାରା ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଡ଼ିଆରଏମ ସଞୟ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ ।

ଉ୍ଘାଟକ ତଥା ମୁଖ୍ୟ ଅତିଥି ଭାବେ ଶ୍ରୀ ସେଠୀ ଯୋଗଦେଇ ଉଭୟ ଭଦ୍ରକ ଓ ବାଲେଶ୍ୱର ବାସୀଙ୍କର ବହୁଦିନର ଆଶା ଓ ସ୍ୱପ୍ନ ଆଜି ପୂରଣ ହୋଇଥିବାରୁ ରେଳ ମନ୍ତ୍ରଣାଳୟ ନିକଟରେ ନିଜର ଖୁସୀ ଜାହିର କରିଥିଲେ ।

ସମ୍ମାନୀତ ଅତିଥି ଭାବରେ ସ୍ଥାନୀୟ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ, ପ୍ରାକ୍ତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଚାନ୍ଦବାଲି ବିଧାୟକ ବିଜୟ ନାୟକ, ଧାମନଗର ବିଧାୟକ ରାଜେନ୍ଦ୍ର ଦାସ ଏବଂ ଜିଲ୍ଲାପରିଷ ଅଧ୍ୟକ୍ଷ ଜଗନ୍ନାଥ ସ୍ୱାଇଁ ଅଂଶ ଗ୍ରହଣ କରି ଏହି ଟ୍ରେନର ନାମ ବ୍ୟାସକବି କିମ୍ବା କାନ୍ତକବିଙ୍କ ନାମରେ ନାମିତ କରିବାର ପ୍ରସ୍ତାବ ରଖିଥିଲେ ।

ଭଦ୍ରକ ରେଳବାଇ ପରାମର୍ଶଦାତା କମିଟିର ସଭ୍ୟ ଶିଶିର କୁମାର ମିଶ୍ର, ଗୌରଚନ୍ଦ୍ର ପଣ୍ଡା, ସେକ୍ ଉମର ଅଲ୍ଲୀଙ୍କ ପରିଚାଳନାରେ ଆୟୋଜିତ ଏହି ଉତ୍ସବରେ ଷ୍ଟେସନ ପରିଚାଳକ ପ୍ରଫୁଲ୍ଲ କୂୁମାର ମହାନ୍ତି ସମସ୍ତ ନିମନ୍ତ୍ରୀତ ଅତିଥିଙ୍କ ସମେତ ଉପସ୍ଥିତ ଥିବା ଜନସାଧାରଣଙ୍କୁ ଧନ୍ୟବାଦ ପ୍ରଦାନ କରିବାପରେ ସାଂସଦ ଶ୍ରୀ ସେଠୀ ସବୁଜ ପତାକା ଦେଖାଇ ପୂର୍ବ ନିର୍ଦ୍ଧାରିତ ସମୟ ୧୧.୪୦ରେ ଉକ୍ତ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version