Site icon Odisha.com

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପାଟଣାଗଡ,ଅଗଷ୍ଟ ୨୬ (ଓଡ଼ିଶା ଡ଼ଟ୍ କମ୍)- ସ୍ଵର୍ଣ୍ଣ ଜୟନ୍ତୀ ସହରୀ ରୋଜଗାର ଯୋଜନା ଅବସରରେ ଏକ ରକ୍ତଦାନ ଶିବିର ପାଟଣାଗଡ ବିଜ୍ଞାପିତ ଅଂଚଳ ପରିଷଦ ଓ ପାଟଣାଗଡ ରେଡକ୍ରସ ପକ୍ଷରୁ ଗତକାଲି ଅନୁଷ୍ଠିତ ହୋଇ ଯାଇଛି ।

ଏଥିରେ ପାଟଣାଗଡ ବିଧାୟକ କନକ ବର୍ଦ୍ଧନ ସିଂ ଦେଓ ରକ୍ତଦାନ କରିଥିବା ବେଳେ ସୁରଟର ତାଙ୍କର ଭଉଣୀ ଜ୍ୟୋଇଁ କୁଅଁର ଅରବିନ୍ଦ କୁମାର ସିଂ,ପାଟଣାଗଡ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଦୁ ନାୟକ ଓ ସୁଚନା ଲୋକ ସଂର୍ପକ ଅଧିକାରୀ ଗୀତା ରାଣୀ ବଳିୟାର ସିଂ ସମେତ ପୌର ପରିଷଦର ସମସ୍ତ କାଉନସିଲର ଓ ବିଜେପି କର୍ମୀମାନେ ରକ୍ତଦାନ କରିଥିଲେ ।

ମୋଟ ୩୦ ୟୁନିଟ ରକ୍ତ ସଂଗ୍ରହ କରା ଯାଇଛି । ଏହି ରକ୍ତ ସଂଗ୍ରହରେ ପାଟଣାଗଡ ରେଡକ୍ରସ ଡାକ୍ତର ଦୁର୍ଗା ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ରକ୍ତ ସଂଗ୍ରହ କରା ଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version