Site icon Odisha.com

ବିଧାନସଭା ଅଧିବେଶନ:କୋଇଲା, ସାର, ପୋଲାଭରମ ମୁଖ୍ୟ ପ୍ରସଙ୍ଗ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୨୭(ଓଡ଼ିଶା ଡ଼ଟ୍ କମ୍)-ଆସନ୍ତାକାଲି ଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହା ସ୍ପଳ୍ପ କାଳୀନ ହେଲେ ମଧ୍ୟ ଏଥିରେ ଉଠିବାକୁ ଥିବା ବିଭିନ୍ନ ପ୍ରସଂଗକୁ ନେଇ ସରକାର ରଣନୀତି ପ୍ରସ୍ତୁତ କରୁଛନ୍ତି । ଏହି ଅଧିବେଶନ ସରଗରମ ହେବ ବୋଲି ଚର୍ଚ୍ଚା ଚାଲିଛି ।

ବିରୋଧିଙ୍କ ହାତରେ ଅନେକ ପ୍ରସଙ୍ଗ ଥିବା ବେଳେ ମୁଖ୍ୟ ୧୦ଟି ପ୍ରସଙ୍ଗକୁ ନେଇ ଆଲୋଚନା ହେବ ବୋଲି ସରକାର ଆକଳନ କରିଛନ୍ତି । ଖଣି, କୋଇଲା, ସାର, ବିସ୍ତାପନ ସମସ୍ୟା, ଶିଳ୍ପ, ପସ୍କୋ, ହାଜତ ମୃତ୍ୟୁ, ମାନବାଧିକାର ଉଲ୍ଲଂଘନ, ନକ୍ସଲ ସମସ୍ୟା ଏବଂ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଏହି ସମ୍ଭାବ୍ୟ ପ୍ରସଙ୍ଗ ମଧ୍ୟରେ ରହିଛି ।

ଏଥି ସହିତ ଆଉ ନୂଆ ୯ଟି ବିଲ୍ ଆସିବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧିନରେ ଥିବା ଗୃହ ବିଭାଗ ସମ୍ଭାବ୍ୟ ପ୍ରସଙ୍ଗକୁ ନେଇ ବିଭିନ୍ନ ବିଭାଗକୁ ରିପୋର୍ଟ ମାଗିଛନ୍ତି ।

ଏଥିପାଇଁ ବିଜେଡି ବାଧାୟକ ଦଳର ବୈଠକରେ ଶେଷ ହୋଇଛି । ବିରୋଧୀଙ୍କ ଯେକୌଣସି ପ୍ରସଂଗ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛି ବିଜେଡି । କୋଇଲା ଦୁର୍ନୀତି ନେଇ ସରକାର ଏବେ ଅଡୁଆରେ ପଡିଛନ୍ତି ।

କୋଇଲା ବ୍ଲକ ଆବଂଟନ କ୍ଷେତ୍ରରେ ନିଲାମ ପଦ୍ଧତି ଗ୍ରହଣ ନ କରିବାକୁ ଅତୀତରେ କେନ୍ଦ୍ରକୁ ଲେଖି ସରକାର ନିଜ ଆଡକୁ ବିପଦ ଡାକି ଆଣିଥିବା ବେଳେ ଏହାକୁ ପ୍ରସଙ୍ଗକରି ବିରୋଧିଳ ପକ୍ଷରୁ ବିଧାନସଭା ଘେରାଉ ଆହ୍ୱାନ ଦିଆଯାଇଛି । ସେହିପରି ହାଜତ ମୃତ୍ୟୁ ଓ ମାନବାଧିକାର ଉଲଂଘନ ସହିତ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ଉପରେ ଅତ୍ୟାଚାର ମାମଲାକୁ ନେଇ ମଧ୍ୟ ପ୍ରସଙ୍ଗ ଉଷ୍ମ ରହିଛି ।

ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ,ନକ୍ସଲ ସମସ୍ୟା ଏବଂ ଶିଳ୍ପାୟନ ଜନିତ ବିସ୍ଥାପନ ସମସ୍ୟାପରେ ବିଧାନସଭାରେ ଆଲୋଚନା କରିବାକୁ ବିରୋଧିଳ ପ୍ରସୁତ ହୋଇ ରହିଛି । ଉପରୋକ୍ତ ପ୍ରସଙ୍ଗଗୁଡିକୁ ନେଇ ସରକାରଙ୍କୁ ହୁଏତ ବିରୋଧୀ ଦଳ ପକ୍ଷରୁ ଅଡୁଆରେ ପକାଯିବ । ଏଥିପାଇଁ ସରକାର ଆଗୁଆ ପ୍ରସ୍ତୁତ ହେଉଛନ୍ତି । ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରା ଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version