Site icon Odisha.com

ଆନ୍ଧ୍ର-ଓଡ଼ିଶା କମିଟିରୁ ଯଦି ବିପଦ ଆସେ ମୁକାବିଲା କରା ଯିବ: ସବ୍ୟସାଚୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୟାଗଡ ,ଅଗଷ୍ଟ ୨୭ (ଓଡ଼ିଶା ଡ଼ଟ୍ କମ୍)- ଆନ୍ଧ୍ର-ଓଡ଼ିଶା ବୋର୍ଡ଼ର ସ୍ପେଶାଲ ଜୋନାଲ କମିଟି ପକ୍ଷରୁ ଯଦି ତାଙ୍କ ପ୍ରତି କିଛି ବିପଦ ଆସେ, ତେବେ ସେ ତାର ମୁକାବିଲା କରିବେ ବୋଲି ଓଡ଼ିଶା ମାଓବାଦୀ ପାର୍ଟିର ସଂପାଦକ ସବ୍ୟସାଚୀ ପଣ୍ଡା କହିଛନ୍ତି ।

ଏବେ ନୂଆ କ୍ୟାଡ଼ରମାନଙ୍କୁ ନେଇ ଦଳକୁ ସୁସଂଗଠିତ କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ଆମେ ଏଯାବତ ଗାଣତନ୍ତ୍ରିକ ହକ ପାଇଁ ଲଢେଇ ଜାରି ରଖିଛୁ ଏବଂ ଲୋକଙ୍କ ଅତୁଟ ସମର୍ଥନ ଥିବା ଯାଏଁ ଏହି ଲଢେଇ ଜାରି ରହିବ ବୋଲି ପଣ୍ଡା କହିଛନ୍ତି ।

ସବ୍ୟସାଚୀଙ୍କ ଆତ୍ମ ସମର୍ପଣ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିବା ବେଳେ ସେ ଆତ୍ମସମର୍ପଣ ନକରି ସାଧାରଣ ଲୋକଙ୍କ ପାଇଁ ଲଢେଇ ଜାରି ରଖିବେ ବୋଲି ସେ କହିଛନ୍ତି ।

ଗଣତନ୍ତ୍ର ଜରିଆରେ ନିର୍ବାଚିତ ରାଜ୍ୟର ବିଜେଡି ସରକାର ଗାଣତନ୍ତ୍ରିକ ଆନ୍ଦୋଳନକୁ ଚାପି ଦେଉଛନ୍ତି । ଏଭଳି ପରିସ୍ଥିତିରେ ଆତ୍ମସମର୍ପଣ କରିବା ଅର୍ଥ ରାଜନୈତିକ ଆତ୍ମହତ୍ୟା କରିବା ସହିତ ସମାନ ବୋଲି ପଣ୍ଡା ଦର୍ଶାଇଛନ୍ତି ।

ସଂଗଠନ ଭିତରେ କ୍ୟାଡ଼ରମାନଙ୍କୁ ଇନଫର୍ମର ଭାବେ ସନ୍ଦେହ କରି ସେମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଯାଉଛି । ମହିଳା କ୍ୟାଡ଼ରମାନଙ୍କୁ ଯେଉଁଭଳି ନିର୍ଦ୍ଦେଶ ଦିଆଯାଉଛି, ସେଥିରେ କେତେକ ଅସନ୍ତୋଷ ପ୍ରକାଶ କରି ଦଳଛାଡ଼ି ପଳାଇଛନ୍ତି ।

ଆନ୍ଧ୍ରରେ ମାଓଦମନ ନୀତି ତୀବ୍ର ହେବାରୁ ସେଠାରେ ଦାୟିତ୍ୱରେ ଥିବା ଅନେକ ମାଓନେତା ଓଡ଼ିଶାରେ ଆଶ୍ରୟ ନେଇ ନିଜର କାୟା ବିସ୍ତାର କରିବାରେ ଲାଗିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version