• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଲୋକେ ଜାଣିସାରିଲେଣି କିଏ ଦୁର୍ନୀତି କରୁଛି: ବିଜେପି

August 27, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର,ଅଗଷ୍ଟ ୨୬ (ଓଡ଼ିଶା ଡ଼ଟ୍ କମ୍)- ଭାରତୀୟ ଜନତା ଯୁବମୋର୍ଚ୍ଚାର ସମସ୍ତ ଶାଖାକୁ ସମ୍ପ୍ରସାରିତ କରାଯାଉଛି । ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ସଂଘର୍ଷ ପାଇଁ ପ୍ରସ୍ତୁତ ଅଛନ୍ତି ।

ଯୁବମୋର୍ଚ୍ଚା ପକ୍ଷରୁ ଖୁବଶୀଘ୍ର ଦେଶବ୍ୟାପି ‘ଗାଦି ଛାଡ଼’ ରାଲି ସହ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଆରମ୍ଭ କରାଯିବ ବୋଲି ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ଅନୁରାଗ ଠାକୁର ମତବ୍ୟକ୍ତ କରିଛନ୍ତି ।

ଗୋପାଳପୁର ଠାରେ ଆୟୋଜିତ ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକର୍ତ୍ତା ଓ ପ୍ରଶିକ୍ଷଣ ଶିବିର ଉଯାପନୀ ଦିବସରେ ଯୋଗଦେବାକୁ ଆସିଥିବା ଅବସରରେ ସାମ୍ବାଦିକଙ୍କ ସହ ଆଲୋଚନାବେଳେ କହିଥିଲେ ଯେ, ବିଜେପି ପକ୍ଷରୁ ଏବେ କଂଗ୍ରେସ ହଟାଅ ଓ ଦେଶବଂଚାଅ କାର୍ଯ୍ୟକ୍ରମ ଜାରି ରହିଛି ।

ଏହାକୁ ଆଗାମୀଦିନରେ ଅଧିକ ଜୋରଦାର କରାଯିବ । କେନ୍ଦ୍ରର ୟୁପିଏ ସରକାର ଓ ଓଡ଼ିଶାର ନବୀନ ପଟ୍ଟନାୟକଙ୍କୁ ହଟାଇବା ପାଇଁ ‘ଗାଦି ଛାଡ଼’ କାର୍ଯ୍ୟକ୍ରମ ହାତକୁ ନିଆଯିବ । ବିଜେପି କାର୍ଯ୍ୟକର୍ତ୍ତାଙ୍କ ମନୋବଳ ଦୁର୍ବଳ ରହିଥିବାବେଳେ ଏହି କାର୍ଯ୍ୟକ୍ରମ କିପରି କରାଯିବ ବୋଲି ପ୍ରଶ୍ନ କରାଯିବାରୁ ଠାକୁର କହିଥିଲେ ଯେ, ସଂସଦଠାରୁ ଆରମ୍ଭ କରି ସାଧାରଣଜନତାଙ୍କ ଠାରେ ବିଜେପି ହିଁଁ ବିଭିନ୍ନ ପ୍ରସଙ୍ଗ ଉତଥାପନ କରି ଆସିଛି ।

ୟୁପିଏ ସରକାରଙ୍କ ବିଭିନ୍ନ ଦୁର୍ନୀତିକୁ ବିଜେପି ହିଁ ପଦାକୁ ଆଣିଛି । ଏବେ ଲୋକେ ଜାଣିସାରିଲେଣି କିଏ ବିକାଶ କରୁଛି ଏବଂ କିଏ ଦୁର୍ନୀତି କରୁଛି । ତେଣୁ ବିଜେପି ହିଁ ଦେଶର ଏକମାତ୍ର ବିକଳ୍ପ ବୋଲି ପ୍ରମାଣିତ ହୋଇସାରିଲାଣି ।

ଓଡ଼ିଶାରେ ବିଜେପି ଦୁର୍ବଳ ରହିଥିବାରୁ କୌଣସି କାର୍ଯ୍ୟକ୍ରମ ହୋଇପାରୁନଥିବା ନେଇ ତାଙ୍କର ଦୃଷ୍ଟି ଆକର୍ଷଣ କରାଯିବାରୁ ସେ କହିଥିଲେ ଓଡ଼ିଶା ସମେତ ଛତିଶଗଡ ଓ ମହାରାଷ୍ଟ୍ରରେ ଅନୁଷ୍ଠିତ ଯୁବମୋର୍ଚ୍ଚା କାର୍ଯ୍ୟକ୍ରମରେ ସେ ଯୋଗଦେଇ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାଙ୍କ ମଧ୍ୟରେ ବିପୁଳ ଉତ୍ସାହ ରହିଥିବା ଦେଖିଛନ୍ତି ।

ତେଣୁ ଏହି ଯୁବମୋର୍ଚ୍ଚା ହିଁ ଦଳକୁ ଆଗେଇ ନେବ ବୋଲି ସେ କହିଥିଲେ । ଏହି ୪ଟି ରାଜ୍ୟରେ ବିଜେପି ସରକାର ଗଠନ କରିବ ବୋଲି ସେ କହିଥିଲେ । ଓଡ଼ିଶାରେ ବିଜେପି ପୁଣି ଥରେ ବିଜେଡି ସହିତ ମେଣ୍ଟ କରିବ କି ବୋଲି ପ୍ରଶ୍ନ କରାଯିବାରୁ ଏହା କଦାପି ହେବ ନାହିଁ ବୋଲି ସେ କହିଥିଲେ । ଏପରି ସମସ୍ତେ ଭାବୁଛନ୍ତି ।

ତେବେ ବିଜେପି ୨୦୧୪ରେ ସରକାର ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ନିଜ ବକ୍ତବ୍ୟରେ ନବୀନ ସରକାର ଆମୁଳଚୁଳ ଦୁର୍ନୀତିରେ ବୁଡ଼ି ରହିଥିବା ଅଭିଯୋଗ ଆଣିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଯୁବମୋର୍ଚ୍ଚାର ଜାତୀୟ ଉପସଭାପତି ଭୃଗୁବକ୍ସି ପାତ୍ର, ଯୁବ ମୋର୍ଚ୍ଚା ପ୍ରଭାରୀ ତଥା ରାଷ୍ଟ୍ରୀୟ ସମ୍ପାଦକ ଏଡୱାଡ ସୋରେନ, ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଜିଲା ସଭାପତି ବିଜୟ ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନବୀନ ପଟ୍ଟନାୟକ, ବିଜେପି-ବିଜେଡି ମେଣ୍ଟ, ୟୁପିଏ ସରକାର

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version