Site icon Odisha.com

କୋର୍ଟର ରାୟ ପରେ ପ୍ରମିଳାଙ୍କ ସଂପର୍କରେ ନିଷ୍ପତି ନିଆଯିବ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାରିପଦା,ଅଗଷ୍ଟ ୨୬ (ଓଡ଼ିଶା ଡ଼ଟ୍ କମ୍)- ବିଜୁ ମହିଳା ଜନତା ଦଳର ମୟୂରଭଂଜ ଜିଲା ଶାଖାର ସଭାନେତ୍ରୀ ପ୍ରମିଳା ଗିରିଙ୍କୁ ସଭାପତି ପଦରୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ହଟାଇ ଦିଆଯାଇଛି ।

ଜାଲ ଜାତିଗତ ସାର୍ଟିଫିକେଟ ଅଭିଯୋଗରେ ଗିରଫ ହୋଇଥିବା ପ୍ରମିଳା ଗିରିଙ୍କ ଘଟଣା କୋର୍ଟରେ ବିଚାର ପରିସରଭୁକ୍ତ ଥିବାରୁ କୋର୍ଟର ରାୟ ପରେ ହିଁ ଦଳର ସଦସ୍ୟା ରହିବା ସଂପର୍କରେ ନିଷ୍ପତି ନିଆଯିବ ବୋଲି ରାଜ୍ୟ ସଭାନେତ୍ରୀ ପ୍ରମିଳା ମଲ୍ଲିକ ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ୨୦୦୪ ବିଧାନସଭା ନିର୍ବାଚନରେ ଆଦିବାସୀ ବୋଲି ମିଥ୍ୟା ଜାତିଗତ ସାର୍ଟିଫିକେଟ ଦେଇଥିବା ଅଭିଯୋଗରେ ଗତକାଲି ମୟୂରଭଂଜ ପୁଲିସ ଦ୍ୱାରାଗିରଫ ହେବା ସହ ତାଙ୍କର ଜାମିନ ଆବେନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ଦିନ ପାଇଁ ବାରିପଦା ମଣ୍ଡଳ କାରାଗାର ଜେଲ ହାଜତକୁ ପଠାଇ ଦିଆଯାଇଛି ।

ପ୍ରକାଶ ଥାଉକି ଗିରଫ ପ୍ରମିଳା ଗିରି ମୟୂରଭଂଜ ଜିଲା ବିଜୁ ଜତନା ଦଳର ମଧ୍ୟ ଉପସଭାନେତ୍ରୀ ରହିଥିବା ସହ ଉଦଳା ବିଧାନସଭା ନିର୍ବାଚନ ମଣ୍ଡଳୀର ମଧ୍ୟ ଦଳୀୟ ପର୍ଯ୍ୟବେକ୍ଷକ ରହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version