Site icon Odisha.com

ଡୁଙ୍ଗୁରିପାଲି କୃଷି କାର୍ଯ୍ୟାଳୟ ଘେରିଲେ ଚାଷୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଡୁଙ୍ଗୁରିପାଲି,ଅଗଷ୍ଟ ୨୭ (ଓଡ଼ିଶା ଡ଼ଟ୍ କମ୍) ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ୟୁରିଆ ସାର ପାଇଁ ଚାଷୀ ନାହିଁ ନ ଥିବା ହଇରାଣ ହୋଇ ଡୁଙ୍ଗୁରିପାଲି ବ୍ଲକ କୃଷି କାର୍ଯ୍ୟଳୟ ଘେରାଉ କରିଥିଲେ । ୟୁରିଆ ସାର ମିଳୁନଥିବାବେଳେ ଏହା ବ୍ୟାପକ ପରିମାଣରେ କଳା ବଜାରି ହେଉଥିବା ଅଭିଯୋଗ ହେଉଛି ।

ବହୁ ସଂଖ୍ୟାରେ ଚାଷୀ ମାର୍କଫେଡକୁ ସାର ପାଇଁ ଆଜି ଆସିଥିଲେ । ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଅତିରିକ୍ତ କୃଷି ଅଧିକାରୀ ମନୋଜ ପ୍ରଧାନଙ୍କୁ ଭେଟିଥିଲେ କାରଣ ସେମାନଙ୍କୁ ସାର ମିଳିନଥିଲା ।

ଏ ସଂପର୍କରେ ଚାଷୀମାନେ ତାଙ୍କୁ ପଚାରିବାରୁ ସେ କହିଲେ ସାର ଆସିଥିଲା ସରି ଯାଇଛି । ଉପରୁ ସାର ଆସିଲେ ଦିଆଯିବ । କିନ୍ତୁ କେଉଁ ଚାଷୀଙ୍କୁ କେତେ ଦିଆଯାଇଛି ତାହାର ହିସାବ ଅଧିକାରୀଙ୍କ ପାଖରେ ନାହିଁ ।

ଓଡ଼ିଶା ଡ଼ଟ୍ କମ୍

Exit mobile version