Site icon Odisha.com

ବ୍ଲକ ଦୁର୍ନୀତିରେ ସଂପୃକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୨୮(ଓଡ଼ିଶା ଡ଼ଟ୍ କମ୍)-ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକରେ ହୋଇଥିବା ଦୁର୍ନୀତି ଅଭିଯୋଗର ସବୁ ଅଭିଯୋଗର ତୁରନ୍ତ ତଦନ୍ତ କରାଯିବ । ପଞ୍ଚାୟତରାଜ ବିଭାଗ କୌଣସି ଅଭିଯୋଗକୁ ଲୁଚାଇ ରଖିବ ନାହିଁ । ଯିଏ ଯେତେ ବଡ ହେଉଥାଉନା କାହିଁକି କାର୍ଯ୍ୟାନୁଷ୍ଠାନ ହେବ । ଜିଲ୍ଲାପାଳଙ୍କ ରିପୋର୍ଟରେ ସମୀକ୍ଷା କରିଯିବ । ସ୍ୱତନ୍ତ୍ର ଅଡିଟ୍ କରାଯିବ ବୋଲି ପଂଚାୟତରାଜ ମନ୍ତ୍ରୀ ଶ୍ରୀ କଳ୍ପତରୁ ଦାସ କହିଛନ୍ତି ।

ବିଧାୟକ ଅନୁପ କୁମାର ସାଏ ଏକ ପ୍ରଶ୍ନ ମାଧ୍ୟମରେ ଲଖନପୁର ବ୍ଲକରେ ମୋ କୁଡିଆ,ମୋ ପୋଖରୀ ଓ ବିଆରଜି ଏଫ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଥିଲେ । ସେ କହିଥିଲେ ଯେ,ବାରମ୍ବାର ଦାବି ସତ୍ଵେ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ମହିଳା ସରପଞ୍ଚକୁ ବିଡିଓ ଆତଙ୍କିତ କରୁଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version