Site icon Odisha.com

ଭୟରେ ଇସ୍ତଫା ଦେଲେ ଗୃହରକ୍ଷୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପାଇକମାଳ,ଅଗଷ୍ଟ ୨୮(ଓଡ଼ିଶା ଡ଼ଟ୍ କମ୍)-୧୫ଦିନ ମଧ୍ୟରେ ୪ ଜଣ ଗୃହରକ୍ଷୀ ଇସ୍ତଫା ଦେଇଥିବା ଜଣାଯାଇଛି । ୨ଜଣ ଗୃହରକ୍ଷୀ ଏବଂ ଜଣେ ଗ୍ରାମରକ୍ଷୀ ପାଇକମାଳ ଅଂଚଳରେ ଇସ୍ତଫା ଦେଇସାରିଲେଣି ।

ଗତ ୨୨ ତାରିଖରେ ମାଣ୍ଡୋସିଲ ପଞ୍ଚାୟତ ଅନ୍ତର୍ଗତ ଧାରୋଲ ଗ୍ରାମର ଗ୍ରାମରକ୍ଷୀ ରାଜିନ୍ଦ୍ର ବାଗ ଓ ଗତ ୨୪ ତାରିଖରେ ମାଣ୍ଡିଆଢିପା ପଞ୍ଚାୟତ ଅନ୍ତର୍ଗତ ଚୁହାପାଲି ଗ୍ରାମର ଗୃହରକ୍ଷୀ ସୁବାସଚନ୍ଦ୍ର ସାହୁ ଇସ୍ତଫା ଦେଇଥିଲେ ।

ମାଓବାଦୀ ଭୟରେ ପାଇକମାଳ ଥାନାରେ କାର୍ଯ୍ୟରତ ଗୃହରକ୍ଷୀ କିଶୋର ଚନ୍ଦ୍ର ଦୀପ (୩୨) ମଙ୍ଗଳବାର ଚାକିରିରୁ ଇସ୍ତଫା ଦେଇଥିବା ଜଣାପଡିଛି ।

ସେ ବରଗଡ ଏସପିଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ଗତ ୧୦ବର୍ଷ ହେଲା ସେ ହୋମଗାର୍ଡ ଭାବେ କାମ କରୁଥିଲେ ।

କିନ୍ତୁ ଗତ ୧୩ ତାରିଖରେ ପାଇକମାଳ ଥାନା ଅନ୍ତର୍ଗତ ଭୁଲିଆବନ୍ଧ ଗ୍ରାମର ଗୃହରକ୍ଷୀ ନାରାୟଣ ସୁନାଙ୍କ ହତ୍ୟା ଘଟଣାକୁ ନେଇ ଯେଉଁ ଚର୍ଚ୍ଚା ଏଠାରେ ଶୁଣିବାକୁ ମିଳୁଛି ସେଥିପାଇଁ ମୁଁ ଭୟରେ ଗୃହରକ୍ଷୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହେଉଛି ବୋଲି ସେ ପ୍ରକାଶ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version