Site icon Odisha.com

ମଣ୍ଡେଇ -୨୦୧୨ ସର୍ବାଙ୍ଗ ସୁନ୍ଦର ପାଇଁ ଯୋଜନା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନବରଙ୍ଗପୁର,ଅଗଷ୍ଟ ୨୮(ଓଡ଼ିଶା ଡ଼ଟ୍ କମ୍)-ନବରଙ୍ଗପୁର ଜିଲ୍ଲା ଲୋକମହୋତ୍ସବ ପ୍ରାଚୀନ ଐତିହାସିକ ପୀଠ ପୋଡାଗଡରୁ ମଣ୍ଡେଇ -୨୦୧୨ର ଶୁଭାରମ୍ଭ ହେବ । ଅକ୍ଟୋବର ୩୧ ତାରିଖଦିନ ଏହାର ଶୁଭ ଉ୍ଘାଟନ ହେବ ।

ଏଥିପାଇଁ ଆଜି ସ୍ଥାନୀୟ ଡିଆରଡିଏ ପ୍ରାଙ୍ଗଣସ୍ଥ ରାଜୀବ ଗାନ୍ଧୀ ସଭାଗୃହ ପରିସରରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷା ଯାମିନୀ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି ।

ଏହି ବୈଠକରେ ଏସ୍ ପି ବ୍ରଜେଶ କୁମାର ରାୟ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଜେମ୍ସ ଏକ୍କା,ଜିଲ୍ଲା ପରିଷଦ ସଭାପତି ମୋତିରାମ ନାୟକ, ଉପଜିଲ୍ଲାପାଳ ସୁମନ ବେହେରା ଉପସ୍ଥିତ ରହି ଚଳିତ ବର୍ଷ ମଣ୍ଡେଇକୁ ସର୍ବାଙ୍ଗ ସୁନ୍ଦର କରିବାପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ।

ଅକ୍ଟୋବର ୩୧ରେ ଶୁଭଉ୍ଘାଟନ ହେବାସହ ନଭେମ୍ବର ୧ ରୁ ୫ ତାରିଖ ମଧ୍ୟରେ ବ୍ଲକସ୍ତରୀୟ ଉତ୍ସବ ଓ ଜିଲ୍ଲାସ୍ତରୀୟ ଉତ୍ସବ ନଭେମ୍ବର ୬ ରୁ ୧୦ ତାରିଖ ପର୍ଯ୍ୟନ୍ତ ପାଳନ କରିବା ପାଇଁ ନିସ୍ପତ୍ତି ହୋଇଛି । ଜିଲ୍ଲା ମହୋତ୍ସବ ସହ ପଲ୍ଲୀଶ୍ରୀ ମେଳା ମଧ୍ୟ ଅନୁଷ୍ଠିତ ହେବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version